ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ କ୍ରିକେଟ ତାଲିମ ଶିବିର ଉଦଘାଟିତ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଦୃଷ୍ଟିହୀନ ପିଲାଙ୍କ ପାଇଁ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ଓ ବାଲିଗୁଡା ବନବାସୀ ସେବା ସମିତି ଙ୍କ ମିଳିତ ସହଯୋଗ ରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ, ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କ ନିମନ୍ତେ ଏକ ପାଞ୍ଚ ଦିନିଆ ତାମିଲ ଶିବିର ଉଦଘାଟିତ ହୋଇଯାଇଛି | ଉକ୍ତ ଉଦଘାଟନ ଉତ୍ସବରେ କ୍ରିକେଟ ସଂଘ ଓଡିଶା (ସିଏଭିଆଇ) ର ସଭାପତି ମହମ୍ମଦ ଦ୍ରାଫର ଇକବଲ ଓ ତାଙ୍କର ଅନ୍ୟ ଚାରିଜଣ ସହଯୋଗୀ ମାନେ ଏହି କାର୍ଯ୍ୟକ୍ରମ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି | ଉକ୍ତ ଉଦଘାଟନ ଉତ୍ସବରେ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ  ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶିଶୁ କଲ୍ୟାଣ ସମିତି ଫୁଲବାଣୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କନ୍ଧମାଳ ସଦସ୍ୟା, ବାଲ ଅପରାଧ ପରିଷଦ, ଫୁଲବାଣୀ, ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର, ଶୁଭଦର୍ଶୀ ଦାସ, ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପିଲାଙ୍କ ଉଦେଶ୍ୟ ରେ ବହୁ ମୂଲ୍ୟବାନ ମନ୍ତ୍ୟବ୍ୟ ଦେଇଥିଲେ | ଉକ୍ତ ସଭା ରେ ଦୃଷ୍ଟିହୀନ ବିଦ୍ୟାଳୟ, ମାନସିକ ଅନଗ୍ରସର ଓ ବଧିର ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ସଭା ଆରମ୍ଭ ରେ ବିଶ୍ୱଜିତ ଜେନା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ପରିଚୟ ପ୍ରଦାନ କରିଥିଲେ l ପ୍ରଫୁଲ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭା ରେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନୀ ସଂଗୀତ ଦୃଷ୍ଟି ହୀନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇ ଥିଲା l ସମିତି ର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ସଭା କାର୍ଯ୍ୟ ପରିଚାଳନା କରିଥିଲେ | ସମସ୍ତଙ୍କର ସହଯୋଗ କାମନା ପୂର୍ବକ ତାଲିମ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ମଞ୍ଚାସୀନ ଅତିଥିବୃନ୍ଦ ଏବଂ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ