ବିହାରୀଲାଲ ସ୍ପେଟର୍ସ କ୍ଲବ ଘର ଉଦଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୋଖରୀପୁଟ ସ୍ଥିତ ବିହାରୀଲାଲ ସ୍ପେର୍ଟସ କ୍ଲବ ଉଦ୍ଘାଟିତ ହୋଇଯାଇଛି । ୪୩ବର୍ଷ ଧରି ପୋଖରୀପୁଟ ସ୍ଥିତ ଖେଳପଡ଼ିଆର ରକ୍ଷଣାବେକ୍ଷଣ କରିବା ଓ ବିଭିନ୍ନ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା କରିବା । ଏଠାରୁ ବହୁ ଜାତୀୟ ସ୍ତରୀୟ କ୍ରୀଡ଼ାବଦ୍ ତାଙ୍କ କ୍ୟାରିଅର ଆରମ୍ଭ କରି ପ୍ରତିଷ୍ଠିତ ହେବା ପଛରେ ବିହାରୀ ଲାଲ ସ୍ପେର୍ଟସ ଟ୍ରଷ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣବୋଲି ଉଦଘାଟନ ଅବସରରେ ଅତିଥିମାନେ ମତ୍ତ ରଖିଥିଲେ । ସେହିଭଳି ନିକଟରେ ରାଜ୍ୟସରକାର ଏହି ପୋଖରୀପୁଟ କ୍ରୀଡ଼ା ପଡ଼ିଆକୁ ମିନି ଷ୍ଟାଡ଼ିୟମ ଘୋଷଣା କରିବାକୁ କେତେକ ଅତିଥି ସ୍ୱାଗତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀକେଟ ତାରକା ରଶ୍ମିରଞ୍ଜନ ପରିଡ଼ା ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରୀକେଟର ମନୋଜବିଶ୍ୱାଳ, କୋଚ ଦୀପକ ମଂଗରାଜ, ପୂର୍ବତମ ମହିଳା କ୍ରୀକେଟ କ୍ୟାପଟେନ ଡ଼ି.ଭୁନୁମତି, କୋଚ ସଂଶାଙ୍କ ଶେଖର ଦାସ, ଅକ୍ଷୟ କୁମାର ପରିଡ଼ା ଅତିଥିଭାବେ ଯୋଗଦେଇଥିଲେ । ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ନିର୍ଭୟ କୁମାର ସାମନ୍ତରାୟ, ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।


