ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନା ମୁଖ୍ୟ ବିପିନ ରାୱତଙ୍କ ସମେତ ଅନ୍ୟ ବୀର ଜବାନମାନଙ୍କୁ ବଡ଼ହାଟ ସ୍ଥିତ ପୂଣ୍ଣ୍ୟ ଉତ୍କଳ ମହିଳା ମହାସଙ୍ଘ ପକ୍ଷରୁ ଅନୁଷ୍ଠାନ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଙ୍ଘର ସଭାନେତ୍ରୀ ସସ୍ମିତା ସାହୁ, ସମ୍ପାଦିକା ଅନୁପମା ସାହୁ, କୋଷାଧ୍ୟକ୍ଷା ବ୍ରଜେଶ୍ୱରୀ ସାହୁ, ଜ୍ୟୋତ୍ସ୍ନା ସାହୁ, ମଧୁସ୍ୱିତା ମର୍ଦ୍ଦରାଜ, ଶକୁନ୍ତଳା ବେହେରା, ଦୀପ୍ତିମୟୀ ସାହୁ, ଝରଣା ସାହୁ, ଉର୍ମିଳା ସାହୁ, ରାଧାରାଣୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ଦାସ, ନିରୁପମା ସାହୁ ଓ ସଂଯୁକ୍ତା ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


