ବୁଗୁଡ଼ାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା – ପୋଲସରା ରୋଡ଼ରେ ଥିବା ସନ୍ତୋଷି ମା ମନ୍ଦିର ନିକଟରେ ଏକ ବରଗଛରେ ବାଇକ ପିଟି ହୋଇ ଗତ ରାତ୍ରରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ପ୍ରକାଶ ପାତ୍ର(୩୦) ଓ ତପନ ସ୍ବାଇଁ(୨୫) ଦୁଇଜଣ ବାଇକ ନଂ ଓଡ଼ି ୩୨ ସି ୫୪୮୯ ରେ ନିଜ ଗ୍ରାମରୁ ରାତ୍ର ୨ ଟା ସମୟରେ ବାହାରି ପୋଲସରା ବ୍ଲକର ସୁନାରି ବୁଗୁଡାକୁ ଯାଉଥିଲେ । ଯାଉଥିବା ସମୟରେ ଭାରସାମ୍ୟ ହରାଇ ବୁଗୁଡା ଉପକଣ୍ଠ ପୋଲସରା ରୋଡ଼ରେ ଥିବା ସନ୍ତୋଷି ମା ମନ୍ଦିର ନକଟସ୍ଥ ଏକ ବରଗଛରେ ପିଟି ହୋଇ ରାସ୍ତରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ରାତ୍ର ପ୍ରାୟ ସାଢ଼େ ଦୁଇଟା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଦମକଳ ବାହିନୀ ଭୋର ୪ ଘଣ୍ଟା ୪୦ ମିନିଟ ସମୟରେ ବୁଗୁଡା ମେଡ଼ିକାଲକୁ ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କୁ ନେଇଥିଲେ । କାର୍ଯ୍ୟରତ ଡାକ୍ତର ସାର୍ଥକ ସଙ୍କେତ ବିଶ୍ବାଳ ଦୁଇ ଜଣଙ୍କୁ ପରୀକ୍ଷା କରି ପ୍ରକାଶ ଓ ତପନ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିବା ସହ ବୁଗୁଡା ପୋଲିସ ଥାନାକୁ ଜଣାଇ ଥିଲେ। ଏଣେ ଦୁର୍ଘଟଣା ଘଟଣା ଜାଣିବା ପରେ ପାଙ୍ଗିଡ଼ି ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଆପଟ ମଧ୍ୟ ମେଡ଼ିକାଲକୁ ଆସିଥିଲେ । ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର କେ.ଏମ. ସାହୁ ବୁଗୁଡା ମେଡ଼ିକାଲକୁ ଯାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କ ମର ଶରୀର ଜବତ କରି ଏକ ଅପମୃତ୍ୟୁ ମାମାଲ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ