ବୁଗୁଡା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଥାନା ନୂତନ ଆଇଆଇସି ଭାବେ ଚିତ୍ତରଞ୍ଜନ ବେହେରା ଶୁକ୍ରବାର ଦିନ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୂର୍ବତନ ଥାନା ଅଧିକାରୀ ସୀତାଶୁଂ ଶେଖର ମାନ୍ଧତାଙ୍କ ଗଂଜାମ ଜିଲ୍ଲାର ଚମାଖଣ୍ଡି ଥାନାକୁ ବଦଳି ହୋଇଛି। ଗତ ଫେବୃଆରୀ ୨୮ ତାରିଖ ଦିନ ଶ୍ରୀ ମାନ୍ଧତା ବୁଗୁଡା ଥାନାରେ ଯୋଗ ଦେଇଥିବା ବେଳେ ୯ ମାସ ମଧ୍ୟରେ ତାଙ୍କର ବଦଳି ହୋଇଛି। ନୂତନ ଆଇଆଇସି ଶ୍ରୀ ବେହେରା ଗଂଜାମ ଜିଲ୍ଲା ମୁଖ୍ୟ ଦପ୍ତର ଛାତ୍ରପୁରରୁ ଆସି ବୁଗୁଡା ଥାନା ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଗୁଡା ଥାନା ନୂତନ ଅଧିକାରୀଙ୍କୁ ଥାନା କର୍ମଚାରୀ ବୃନ୍ଦ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ