ଜାବିନିପୁର ଠାରେ ଅଣ ଆବାସିକ ସେତୁ ପାଠ୍ୟକ୍ରମ ଉଦଘାଟିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଜାବିନିପୁର ଠାରେ ଏକ ଅଣ ଆବାସିକ ସେତୁ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ହାବଳେଶ୍ୱର ସରପଞ୍ଚ ଅନୁସୁୟା ବେହେରା, ସମିତିସଭ୍ୟା ତୃପ୍ତୀମୟୀ ନାୟକ, ଆସପେୟାରର ଇନଚାର୍ଜ କୃପାସିନ୍ଧୁ ସିଂ ଓ ଦିବାକର ଦାସ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କ୍ରମରେ ଜାବିନିପୁରରେ ଅଧାରୁ ପାଠ ଛାଡି ଶିଶୁ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ୩୪ଜଣପିଲାମାନଙ୍କୁ ଠାବ କରାଯାଇ ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଉଦ୍ୟମ କରାଯାଇଛି । ଆସପେୟାର ତରଫରୁ ଜଣେ ଶିକ୍ଷକ ନିଯୁକ୍ତି କରାଯାଇ ୬ରୁ ୧୪ବର୍ଷର ପିଲା ମାନଙ୍କୁ ଯେଉଁମାନେକି ଅଧାରୁ ପାଠ ଛାଡିଛନ୍ତି ସେମାନଙ୍କୁ ଶିକ୍ଷାଲାଭର ମୁଳସ୍ରୋତକୁ ଫେରାଇ ଆଣିବାକୁ ଏହାର ଲକ୍ଷ ବୋଲି କୁହାଯାଇଛି । ଜିପିସିଏମ ରାଜେଶ୍ୱର ନାୟକ, ମମତା ଜେନା, ବିପିନି ବିହାରୀ କୁଅଁର, ରଞ୍ଜନ କୁମାର ନାକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


