ବୁଗୁଡା ଥାନାରେ ରକ୍ତଦାନ ଶିବିର : ୪୦୮ ୟୁନିଟ ରକ୍ତ ସଂଗ୍ରହ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ” ଆମ ପୋଲିସ ସମିତି ” ଆନୁକୂଲ୍ୟରେ ଜୁନ ୨୨ ତାରିଖ ଦିନ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ଏହି ମେଗା ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମ୍ମାନିତ ଅତିଥିଭାବେ ଭଞ୍ଜନଗର ଏସଡ଼ିପିଓ ଶୁଭାଂଶୁ ଶେଖର ମିଶ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ୟକ୍ଷା ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ସମାଜସେବୀ ଲକ୍ଷ୍ମୀ ପ୍ରସାଦ ନାୟକ ଓ ମୁକୁନ୍ଦ ନାୟକ ଯୋଗଦେଇଥିଲେ। ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ବୃନ୍ଦ ଅକ୍ଳାନ୍ତ ପରିଶ୍ରମ କରି ମୋଟ ୪୦୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଆମ ପୋଲିସ ସମିତି ପକ୍ଷରୁ ଏନଏସି ସାଂସଦ ପ୍ରତିନିଧି ଇଂ ବସନ୍ତ କୁମାର ଦଳେଇ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଗଙ୍ଗାଧର ବିଷୋୟୀ, ବବୁଲ ନାୟକଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବୃନ୍ଦ, ସ୍ବେଚ୍ଛାସେବୀ ସଂଗଠନ ଶ୍ରୀକର ଭଞ୍ଜ ଓପେନ କ୍ରିଉ ୟୁନିଟ, ଏବଂ ବୁଗୁଡା ପୋଲିସ ଥାନା ଓ ବାଲିପଦର ଫାଣ୍ଡିର କର୍ମଚାରୀ ବୃନ୍ଦ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ୪୦୮ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଥିବା ଯୋଗୁଁ ବୁଗୁଡା ପୋଲିସର ଉତ୍ତମ ଜନସମ୍ପର୍କ ଥିବା ପ୍ରମାଣିତ ହୋଇପାରିଥିବା ବୁଦ୍ଧିଜୀବୀ ବୃନ୍ଦ ପ୍ରକାଶ କରିବା ସହ ବୁଗୁଡା ପୋଲିସ ଆଇଆଇସି ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ