ବୁଲେଟ୍ ଧକ୍କାରେ ଜଣେ ମୃତ ବୁଲେଟ ଜବତ ଅଭିଯୁକ୍ତ ଧରା ପଡିନି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜପୁର ଛକରେ ଏକ ବୁଲେଟ୍ ଧକ୍କାରେ ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ଡାକ ବିଷୋୟୀ (୪୦) ଏବଂ ଘର ଆଙ୍କୋରଡା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି।ସେ ରାସ୍ତାରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୁଲେଟ୍ (ଓଡି୦୭ ଏଏଲ ୪୨୧୯) ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଉଭୟେ ରାସ୍ତା ଉପରେ କଚାଡି ହୋଇ ଗୁରୁତର ଆହତ ହୋଇଥିଲେ।ଦିଗପହଣ୍ଡି ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଉପସ୍ଥିତ ଡାକ୍ତର ଆହତ ଡାକଙ୍କୁ ମୃତ ଘୋଷଣା କରିଥିବା ବେଳେ ବୁଲେଟ୍ ଚାଳକଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଦେଇଥିଲେ।ଖବର ପାଇ ପୋଲିସ ୯୮/୨୩ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।ଶନିବାର ଦିନ ଡାକଙ୍କ ମୃତଦେହକୁ ବ୍ଯବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ପୋଲିସ ଦୁର୍ଘଟଣା ଘଟାଇଥିବା ବୁଲେଟକୁ ଜବତ କରିଥିଲେ ମଧ୍ୟ ଚାଳକଙ୍କ ଠିକଣା ସ୍ପଷ୍ଟ ହୋଇପାରିନାହିଁ।


