ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭ୍ୟ ହେଲେ ପ୍ରଶାନ୍ତ ପାଟ୍ଟଯୋଶୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ସରକାରଙ୍କ ନବ ଗଠିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭ୍ୟ ଭାବେ ଏଆଇଟିୟୁସିର ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ (ନୀଲୁ)ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳିଛି । ଗତ ୭ତାରିଖ ଦିନ ପତ୍ର ସଂଖ୍ୟା ୨୬୯ରେ ଉଲ୍ଲେଖ ରହିଛି । ଶ୍ରୀ ପାଟ୍ଟଯୋଶୀଙ୍କୁ ୩ବର୍ଷ ନିମନ୍ତେ କଲ୍ୟାଣ ବୋର୍ଡ ସଭ୍ୟ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ପାଟ୍ଟଯୋଶୀ ଓଡିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସଭାପତି, ଗୋପାଳପୁର ପୋର୍ଟ ସୁପରଭାଇଜର ୟୁନିୟନର ସଭାପତି, ଆସ୍କା ସମବାୟ ଚିନିଶିଳ୍ପ ଶ୍ରମିକ ସଂଘର ଉପସଭାପତି ଏବଂ ଅନ୍ୟାନ୍ୟ ବହୁ ଶ୍ରମିକ ସଂଗଠନରେ ଦୀର୍ଘ ୫୦ବର୍ଷ ଧରି ନିରନ୍ତର କାର୍ଯ୍ୟକରିଆସୁଛନ୍ତି । ତାଙ୍କର ନିଯୁକ୍ତି କୁ ଗଂଜାମର ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ୱାଗତ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଶ୍ରୀ ପାଟ୍ଟଯୋଶୀ ସିପିଆଇ ପାର୍ଟିର ଆଗ ଧାଡିର ଲଢୁଆନେତା ସହ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଅଛନ୍ତି ।


