ବୃକ୍ଷରୋପଣ କରି ନିଜର ଜନ୍ମଦିନ ପାଳିଲେ ସ୍ବେଛାସେବୀ
ନିମାପଡ଼ା, (ସନ୍ତୋଷ ଦାଶ):ବିଭିନ୍ନଲୋକ ଭିନ୍ନ ଭିନ୍ନ ଢଙ୍ଗ ରେ ନିଜ ନିଜର ଜନ୍ମଦିନ ପାଳନ କରିଥାନ୍ତି। ନିଜ ଜନ୍ମଦିନକୁ ଅଧିକ ସ୍ମରଣୀୟ ତଥା ପରିବେଶ ପ୍ରତି ନିଜ ପ୍ରତିବଦ୍ଧତା ବ୍ୟକ୍ତ କରିବା ପାଇଁ ବୃକ୍ଷରୋପଣ କରି ନିଜ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ଗ୍ରାମର ଅଗ୍ରଣୀ ଅନୁଷ୍ଠାନ “ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ଓ ପାଠାଗାର”ର ଉପଦେଷ୍ଟା ତଥା ସ୍ବେଛାସେବୀ ପୂର୍ଣଚନ୍ଦ୍ର ଖଣ୍ଡୁଆଳ ।ସୁଦୂର ଚେନ୍ନାଇରେ ନିଜର ବ୍ୟବସାୟ ଥିଲେ ମଧ୍ୟ ଗ୍ରାମ୍ୟ ପରିବେଶରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିବାପାଇଁ ସେ ନିଜ ପୈତୃକ ଗ୍ରାମକୁ ଧାଇଁଆସିଥିଲେ l ଗୁରୁବାର ପୂର୍ଣଚନ୍ଦ୍ରଙ୍କ ଜନ୍ମଦିନ ଅବସର ରେ ସେ ନିଜ ଗ୍ରାମର କଥାପୋଖରୀ ହୁଡ଼ାରେବୃକ୍ଷରୋପଣ କରିଥିଲେ । ଏହି ମହତ କାର୍ଯ୍ୟ କରି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି । ସେ କହିଛନ୍ତି ଯେ ,ପରିବେଶ ପାଖରେ ପ୍ରତ୍ୟେକ ମଣିଷ ଋଣୀ, ଜନ୍ମରୁମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷ ମଣିଷ ମାନଙ୍କ ବିଭିନ୍ନ କାମରେ ଆସନ୍ତି । ତେଣୁ ସମସ୍ତେ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ରହିବା ସହ ବୃକ୍ଷରୋପଣ କରିବା ଉଚିତ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ତାଙ୍କ ସହ ଯୁବ ସଂଗଠନର ସଭାପତି ନିରଞ୍ଜନ ବିଶ୍ୱାଳ,ସମ୍ପାଦକ ଆଦିତ୍ୟ କୁମାର ରାଉତ, ପୂର୍ଣଚନ୍ଦ୍ର ସ୍ୱାଇଁ, ପ୍ରକାଶ ଖଣ୍ଡୁଆଳ ଙ୍କ ସମେତ ସଂଗଠନର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟ ରୁ ଉକ୍ତ ସଙ୍ଗଠନ ଆରମ୍ଭ କରିଛି ଜନ୍ମଦିନରେ ଗଛଟିଏ ଅଭିଯାନ । ଏହି ମହତ କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରା ଯାଇଛି।


