ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ପୌରାଞ୍ଚଳ ସନ୍ନିକଟ ୧୩ ନମ୍ବର ଓ୍ବାର୍ଡର ଝୁମୁଡିସାହି ଜଙ୍ଗଲ ପାଖରେ ଖଣ୍ଡିଆ ଖାବରା ହୋଇ ଜଣେ ବୃଦ୍ଧା ଖବର ସମାଜସେବୀ ଦିପ୍ତୀମାନ ବଳ(ପିଙ୍କୁ) ଖବର ପାଇଥିଲେ ।ସେ ରାଇରଙ୍ଗପୁର ଅଂଚଳର ବାଲେଶ୍ଵର ବିଜେଡି ଯୁବ ଜୋନାଲ ସଂପାଦକ ସୌମିକଙ୍କୁ ଜଣାଇଥିଲେ ।ଭୌତିକ ୧୩ ନମ୍ବର ଓ୍ବାର୍ଡର କାଉନସିଲର ଧୀରା ଵେଶ୍ରା ଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ନେଇ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ଆହତ ବୃଦ୍ଧାଙ୍କ ନାମ ସାଲୋହୋ ବେହେରା,ପୁରୁଣାପାଣି ପଞ୍ଚାୟତର ପୋଖରୀଢିପା ଗାଁ ।ସୌମିକଦାସ କାନୁନଗୋଙ୍କ ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


