ବେଆଇନ୍ ଇଟାଭାଟିରେ ପୋଲିସ୍ ଏବଂ ପ୍ରଶାସନର ମିଳିତ ଚଢ଼ାଉ; ଚାରି ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଆଇନ୍ ଇଟାଭାଟି ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଇବା ସହ ପରିବେଶ ମଧ୍ଯ ବହୁଳ ମାତ୍ରାରେ ଦୂଷିତ ହେଉଛି I ଏଣୁ ଏହାକୁ ରୋକିବା ଦିଗରେ ଭଞ୍ଜନଗର ପ୍ରଶାସନ ଏବଂ ଗାଙ୍ଗପୁର ପୋଲିସ୍ ବିଭିନ୍ନ ବେଆଇନ୍ ଇଟାଭାଟିରେ ମିଳିତ ଭାବରେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛନ୍ତି I ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ପୋଲିସ୍ ଅନୁସନ୍ଧାନ କରି ଜାଣି ପାରିଥିଲା ଯେ ଚଢ଼ାଉ ହୋଇଥିବା ବେଲଗୁଣ୍ଠା ବ୍ଳକ୍ ର କାଳିଆଗୁଡା ଏବଂ ଖାରିଗୁଡା ଅଞ୍ଚଳର ସମସ୍ତ ମାଟି ଇଟା ଭାଟି ବେଆଇନ୍ ଏବଂ ଏଥିରେ ବ୍ୟବହୃତ ବାଲି ମାଟି ମଧ୍ୟ ବେଆଇନ୍ ଭାବେ ଚୋରା ଚାଲାଣ ହୋଇଛି I ତେଣୁ ଗାଙ୍ଗପୁର ପୋଲିସ୍ ବେଆଇନ୍ ଇଟା ନିର୍ମାଣ,ବାଲି ଏବଂ ମାଟି ଚୋରି ଆଦି ଅପରାଧରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ଏବଂ ଖଣିଜ ନିଗମ ନିୟମ ୨୦୧୬ ଏବଂ ପରିବେଶ ଅଧିନିୟମ ୧୯୮୬ ଅନୁସାରେ ଆଇପିସି/ଆର୍.ଡବ୍ଳ୍ୟୁ ସେକ୍ସନ୍ ଏମ୍.ଏମ୍.ଡି.ଆର୍ କେଶ୍ ନମ୍ବର୍ ୯ / ୨୧ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଇଟା ଭାଟି ମାଲିକ ତଥା କାଳିଆଗୁଡା ଗ୍ରାମର ବିଘ୍ନରାଜ୍ ସ୍ୱାଇଁ, ଖାରିଗୁଡା ଗ୍ରାମର ମୁନା ଗୌଡ଼, କୁନା ଗୌଡ, ଶଙ୍କର ବିଷୋୟୀ ଏବଂ ସନ୍ଧିପଲ୍ଲୀ ଗ୍ରାମର ଗୋବିନ୍ଦ ବିଷୋୟୀଙ୍କୁ ଗିରଫ କରିବା ସହ ଏ଼କ ଚୋରା ବାଲି ଟ୍ରାକ୍ଟର୍ ମଧ୍ୟ ଜବତ କରିଥିବା ସୂଚନା ମିଳିଛି I ସମସ୍ତ ଗିରଫ ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ