ବେଆଇନ ବାଣ ଗୋଦାମ ଉପରେ ପୋଲିସ ଚଢ଼ାଉ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଦୀପାବଳୀ ପାଇଁ କରଞ୍ଜିଆ ବଜାରର ବିଭିନ୍ନ ସ୍ଥାନରେ ବେଆଇନ ବାଣ ମହଜୁଦ ଥିବା ନେଇ କୈାଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା କରଞ୍ଜିଆ ପୋଲିସ। ତେଣୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ ଟା ସମୟରେ ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ନୂତନ ଭାବେ ଯୋଗଦାନ କରିଥିବା କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରଜ କୁମାର ମଲ୍ଲିକ ଏବଂ ପୋଲିସ ଦଳ ଅତର୍କିତ ଭାବେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱଡ ନମ୍ବର ୯ ରଞ୍ଜିତ କୁମାର ପୋଥାଳଙ୍କ ଘର ଉପରେ ଚଢ଼ାଉ କରିଥିଲେ। ସେଠାରେ ବିଭିନ୍ନ ପ୍ରକାରର ଦେଶୀ ବାଣ ମହଜୁଦ ଥିବା ଦେଖିବାକୁ ପାଇ ସଵୁବାଣ ଜବତ୍ କରିଥିଲେ। ଏହି ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପୋଲିସ ରଞ୍ଜିତ କୁମାର ପୋଥାଳଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।ଆଗକୁ ବେଆଇନ ବାଣ ଗଛିତ କାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସୂଚନା ମିଳିଛି ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ବାଣ ମହଜୁଦକାରୀ ଙ୍କ ମଧ୍ୟରେ କାକୁଆ ଭୟ ସୃଷ୍ଟି ହୋଇଛି


