ଲକ୍ଷ୍ମୀପୂଜା ଭସାଣି ସମୟରେ ଉଚ୍ଚ ଧ୍ବନିରେ ଡିଜେ ବଜେଇବାକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ୍ ଚଢ଼େଇଭୋଳ୍ ଠାରେ ବୁଧବାର ସନ୍ଧ୍ୟା ସମୟରେ ଲକ୍ଷ୍ମୀପୂଜା ଭସାଣି ପାଇଁ ଏକ କମିଟି ପକ୍ଷରୁ ଏକ ଡିଜେ ଗାଡ଼ି ଯଶିପୁର ରୁ ମଗାଯାଇଥିଲା । ତେବେ ମୁଖ୍ୟ ଛକରେ ଉଚ୍ଚ ଧ୍ବନିରେ ଡିଜେ ବଜାଇବା ଦ୍ଵାରା କିଛି ମୁସଲିମ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ । କିଛି ସମୟ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହେବା ଦ୍ବାରା ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେଇଥିଲା । ଖବର ପାଇ ଚଢ଼େଇଭୋଳ୍ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଡିଯେ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ବେ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ପିଶିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ