୫୬୭ ଏକର ଜମିରୁ ଗଞ୍ଜେଇ ନଷ୍ଟ କଲା ପୁଲିସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  କ.ନୁଆଗାଁ ଥାନା ସାଇନିପଡା ଗ୍ରାମ ପଂଚାୟତର ମାଙ୍କଡସୁଗା, ମୁଣ୍ଡାରଗାଁ ଏବଂ ଜାରଙ୍ଗା ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଅଂଚଳରେ ବେଆଇନ ଭାବେ ଲଗାଯାଇଥିବା ପ୍ରାୟ ୩୭୫ ଏକର ସଂରକ୍ଷିତ ଜମିରୁ ୨ ଦିନ ମଧ୍ୟରେ  କ.ନୁଆଗାଁ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ୍‍ ସୂଚନା ଦେଇଛନ୍ତି । ନଷ୍ଟ କରାଯାଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୩୭ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହି ଅଭିଯାନରେ କ.ନୁଆଗାଁ ତହସିଲଦାର ମନୋଜ କୁମାର ଦେବତା ମାଜିଷ୍ଟ୍ରେଟ ଭାବରେ ସାମିଲ୍‍ ହୋଇଥିବାବେଳେ ଥାନା ଅଧିକାରୀଙ୍କ ସମେତ ଏସଆଇ ପ୍ରମୋଦ କୁମାର ବେହେରା, ପ୍ରକାଶଚନ୍ଦ୍ର ପ୍ରଧାନ, ବାଲିଗୁଡା ଅବକାରୀ ଇନିସ୍ପପେକଟର ନିରୁପମା ପ୍ରଧାନଙ୍କ ସମେତ ଉଭୟ ବିଭାଗର କର୍ମଚାରୀ ଏବଂ ୨ପ୍ଲାଟୁନ ସଶସ୍ତ୍ର ପୁଲିସ, ଯବାନ ଓ ଶ୍ରମିକମାନେ ଏଥିରେ ସାମିଲ୍‍ ହୋଇଥିଲେ। ଏହି ସଂକ୍ରାନ୍ତରେ ପୁଲିସ୍‍ ୨ଟି ମାମଲା ୭୧ା୨୦ ଓ ୭୨ା୨୦ରେ ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଂଚାୟତାରେ ୩ୟଥର ପାଇଁ ଚଢାଉ କରାଯାଇ ପାଲଚି ଗ୍ରାମରେ ଓ କଟ୍ରିଙ୍ଗିଆ ପଂଚାୟତର କୁନ୍ଦାଲି ଗ୍ରାମରେ ଚଢାଉ କରାଯାଇ ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ପ୍ରାୟ ୧୯୨ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି । ମାଜିଷ୍ଟ୍ରେଟ୍‍ ଭାବେ ମୋହନ ମଲିକ ସାମିଲ୍‍ ଥିବା ବେଳେ ଗୋଛାପଡ଼ା ପୁଲିସ୍‍ ଓ ଅବକାରୀ ବିଭାଗର କର୍ମଚାରୀ ସମେତ ୨ ପ୍ଳାଟୁନ୍‍ ପୋଲିସ୍‍ ଫୋର୍ସ ଓ ସିଆରପିଏଫ୍‍ ଜବାନ ଓ ଶ୍ରମିକ ମାନେ ଏଥିରେ ସାମିଲ୍‍ ହୋଇଥିଲେ। ଏନେଇ କେସ ନଂ ୯୩ା୨୦ରେ ଏକ ମାମଲା ରୁଜୁକରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ