ବେଦାନ୍ତ ଆଲୁମିନିୟମର ବୃହତ ସ୍ମେଲଟର ଆର୍ଥିକ ବର୍ଷ ୨୨ରେ ଜିଏଚଜି ଗ୍ୟାସ ନିର୍ଗମନ ତିବ୍ରତାକୁ ୧୨% କମ କରିଛ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ସାମଗ୍ରୀ ଉତ୍ପାଦକ ଆର୍ଥିକ ବର୍ଷ ୨୨ରେ ଉତ୍ପାଦନ ପରିମାଣକୁ ୨୦% ବୃଦ୍ଧି କରିଥିବା ବେଳେ ଏହାର ଜିଏଚଜି ଗ୍ୟାସ ନିର୍ଗମନକୁ ୧୨% ହ୍ରାସ କରିଥିବା ଘୋଷଣା କରିଛି । ବିଶ୍ୱ ପରିବେଶ ଦିବସରେ ବେଦାନ୍ତ ଆଲୁମମିନିୟମ ଏହାର ଜଳବାୟୁ କାର୍ଯ୍ୟ ପ୍ରୟାସର ଏକ ଅଂଶ ଭାବରେ ୨୦୩୦ ସୁଦ୍ଧା ଜିଏଚଜି ଗ୍ୟାସ ନିର୍ଗମନ ତୀବ୍ରତାକୁ ୨୫% ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛି । ଏତିହାସିକ ଭାବରେ ବେଦାନ୍ତ ଆଲୁମିନିୟମ ୨୦୧୨-୨୧ ଅବଧିରେ ଜିଏଚଜି ଗ୍ୟାସ ନିର୍ଗମନ ତୀବ୍ରତାକୁ ୨୧% ହ୍ରାସ କରିଥିବା ବେଳେ ସମାନ ଅବଧିରେ ଏହାର ଉତ୍ପାଦନ ପ୍ରାୟ ତିନିଗୁଣା ବୃଦ୍ଧି ହୋଇଛି । ବେଦାନ୍ତ ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ଏକ ବହୁମୁଖୀ ପଦ୍ଧତି ନିୟୋଜିତ କରିଛି । ଏଥିରେ କାର୍ଯ୍ୟକ୍ଷମ ଦକ୍ଷତାର ଉଚ୍ଚସ୍ତରରେ ଅପରେଟିଂ ପ୍ଲାଂଟ ଶକ୍ତି ମିଶ୍ରଣରେ ନବୀକରଣଯୋଗ୍ୟ ପରିମାଣ ବୃଦ୍ଧି ଏବଂ ଜୀବାସ୍ମ ଇନ୍ଧନରୁ ପରିଛନ୍ନ ଇନ୍ଧନକୁ ସ୍ଥାନାନ୍ତରିତ କରିବା ପ୍ରୟାସ କରୁଛି । ଜଳବାୟୁ ପଦକ୍ଷେପ ଗୁଡ଼ିକରେ ଏହା ଅନ୍ତର୍ଭୁକ୍ତ । ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ପ୍ରଥମ ସଂସ୍ଥା ଯେଉଁଠାରେ କମ କାର୍ବନ ସବୁଜ ଆଲୁମିନିୟମ ବ୍ରାଣ୍ଡେଡର ରେସ୍ତୋରା ଶୁଭାରମ୍ଭ କରାଯାଇଛି । ଏଥିରେ କାର୍ବନ ଅଂଶ ବହୁତ କମ । ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ନବୀକରଣୀୟ ଯୋଗ୍ୟ ଉର୍ଜ୍ଜା ଉପଭୋକ୍ତା, ଯାହାର ପରିମାଣ ଆଥିକ ବର୍ଷ ୨୨ରେ ୩ ବିଲିୟନ ୟୁନିଟ । କଂପାନି ଏହାର ଆଲୁମିନିୟମ ସ୍ମେଲଟର ପାଇଁ ୩୮୦ ମେଗାୱାଟ ନବୀକରଣୀୟ ଶକ୍ତି ସଂଗ୍ରହ ପାଇଁ ଏକ ଚୁକ୍ତିନାମା ସଂପାଦନ କରିଛି । ଏହା ଭାରତର ଅଗ୍ରଣୀ ଶିଳ୍ପାଂଚଳ ଇଲେକ୍ଟ୍ରିକ ଫ୍ଲିଟ ୨୭ଟି ଫ୍ରକ ଲିଫ୍ଟକୁ ଲିଥ୍ରିୟମ ବ୍ୟାଟେରି ଦ୍ୱାରା ପରିଚାଳିତ କରୁଛି । ଏହା ଆଥିକ ବର୍ଷ ୨୨ରେ ୪ ଲକ୍ଷରୁ ଅଧିକ ଚାରା ରୋପଣ ସହିତ ସମାନ ବିଦ୍ୟମାନ କାର୍ବନ ସିଙ୍କକୁ ବିସ୍ତାର କରିଛି । ବେଦାନ୍ତ ଆଲୁମିନିୟମର ବାଲେକୋ ପ୍ଲାଂଟ ସର୍ବନିମ୍ନ ନିର୍ଦ୍ଧିଷ୍ଟ ଶକ୍ତି ବ୍ୟବହାର କରି ଏସପିସିରେ ଏକ ଜାତୀୟ ମାନଦଣ୍ଡ ପ୍ରତିଷ୍ଠା କରିଛି ଓ ଉଚ୍ଚ ଶକ୍ତି ଦକ୍ଷତାକୁ ସୁନିଶ୍ଚିତ କରିଛି । କାର୍ଯ୍ୟ ଦକ୍ଷତା ଓ ଶକ୍ତି ସଂରକ୍ଷଣ ପଦକ୍ଷେପ ଗୁଡ଼ିକ ଆର୍ଥିକ ବର୍ଷ ୨୨ରେ ୨୩ ଲକ୍ଷ ଗିଗା ଜୋଲସ ସଂଚୟ କରିଛି । ଗତ ଆର୍ଥିକ ବର୍ଷରେ ୯ ଗୋଟି ବର୍ଷା ଜଳ ଅମଳ ଭିତିଭୂମି ଗଠିତ ହୋଇଛି । ୧୯ ମିଲିୟନ ଲିଟର ଜଳ ସଂରକ୍ଷଣ ହୋଇ ପାରୁଛି । ସ୍ଥାୟୀ ବିକାଶ ଲକ୍ଷ୍ୟ ଉଦ୍ଦେଶ୍ୟରେ ବେଦାନ୍ତ ଆଲୁମିନିୟମର ଅଭିମୁଖ୍ୟ ବିଷୟରେ ସୂଚନା ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ, ଆଲୁମିନିୟମ ବ୍ୟବସାୟ ବେଦାନ୍ତ ଲମିଟେଡ କହିଛନ୍ତିଯେ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବରେ ଜଳବାୟୁ ଆକ୍ସନ ଷ୍ଟିୱାର୍ଡ ଭାବରେ ଆମର ଭୂମିକା ଉପରେ ଆମେ ଦୃଢ ବିଶ୍ୱାସୀ । ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ଲକ୍ଷ୍ୟ ରଖିଛୁ । ପ୍ରଥମ ମାଇଲ ସ୍ତମ୍ଭ ୨୦୩୦ ସୁଦ୍ଧା ଜିଏଚଜି ନିର୍ଗମନ ତୀବ୍ରତାକୁ ୨୫% ହ୍ରାସ କରାଇବୁ । ଆମେ ସ୍ଥାୟୀ ବିକାଶ ଉଦ୍ଦେଶ୍ୟରେ ୩୬୦ ଡିଗ୍ରୀ ଆଭିମୁଖ୍ୟ ଗ୍ରହଣ କରିଛୁ ଯେଉଁଥିରେ ବୈଷୟିକୀ, ନୀତି ଓ ସହଭାଗୀତାକୁ ଗୁରୁତ୍ୱ ଦେଉଛୁ । ଆମେ ବିଶ୍ୱାସ କରୁଯେ ଆମର କାର୍ଯ୍ୟ ଏକ ନେଟ ଶୂନ୍ୟ ଜଳବାୟୁ- ସ୍ଥାୟୀ ବ୍ୟବସାୟ ଗଠନରେ ସହାୟକ ହେବ, ଯେତେ ବେଳେ କି ନିରନ୍ତର ଅଭିବୃଦ୍ଧି, ଚାକିରି ଓ ସୁଯୋଗର ଗୁଣାତ୍ମକ ମାନ ବୃଦ୍ଧି ହେବା ସହିତ ଏକ ସକାରାତ୍ମକ ପ୍ରଭାବ ପଡ଼ିବ । ଗତ ବର୍ଷରେ ବେଦାନ୍ତ ଆଲୁମିନିୟମ କାର୍ବନ ହ୍ରାସ, ଅକ୍ଷୟ ଶକ୍ତି, ଉର୍ଜ୍ଜା ବିବିଧତା, ବାୟୁ, ଜଳ, ବର୍ଜ୍ୟ ପରିଚାଳନା ଓ ଗୋଷ୍ଠୀ କ୍ଷେତ୍ରରେ ଏହାର ଗୁରୁତ୍ୱ ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ ଫ୍ଲାଏ ଆଶ ଓ ବ୍‌କ୍‌ସାଇଟ ଅବଶିଷ୍ଟ ଦ୍ରବ୍ୟକୁ ଉପଯୋଗ କରିବା ପ୍ରତି ଧ୍ୟାନ ଦେଇଛି । ଏଥିପାଇଁ କଂପାନି ଭାରତର ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରିଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି । www.vedantaaluminium.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ