‘ସ୍ରଷ୍ଟା ପୂଜନ’ ସମ୍ମାନରେ ସମ୍ମାନୀତ ହେଲେ ନାଟ୍ୟକାର ଡଃ.ସୁଧାଂଶୁ ନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଯାତ୍ରା ଓ ମଞ୍ଚ ନାଟକର ଜାତୀୟ ସ୍ତରର ସ୍ୱୀକୃତିପ୍ରାପ୍ତ ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକଙ୍କୁ ‘ଆକଳନ’ ପରିବାର ପକ୍ଷରୁ ‘ସ୍ରଷ୍ଟା ପୂଜନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ରବିବାର ବନ୍ତ ଠାରେ ‘ଆକଳନ’ ପରିବାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ନାୟକଙ୍କୁ ମାନପତ୍ର, ଉପଢୌକନ, ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାହିତ୍ୟିକ ପ୍ରଫେସର ଡଃ.ରାଧାରାଣୀ ମହାପାତ୍ର, କବି ଶରତ ନାୟକ, ରତିକାନ୍ତ ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୪ ବର୍ଷ ଧରି ପ୍ରଫେସର ଡଃ.ଶଶଧର ଦାସଙ୍କ ସଂପାଦନାରେ ପ୍ରକାଶିତ ‘ଆକଳନ’ପତ୍ରିକା ପକ୍ଷରୁ ‘ସ୍ରଷ୍ଟା ପୂଜନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ସାହିତ୍ୟ କ୍ଷେତ୍ରରେ ପୁରସ୍କାର, ସମ୍ବର୍ଦ୍ଧନାକୁ ନେଇ ପ୍ରିୟାପ୍ରୀତି, ବାଦବିବାଦ ଓ ଅବ୍ୟବସ୍ଥା ଚାଲିଥିବା ବେଳେ ବହୁ ସାହିତ୍ୟ ସାଧକ, ଏକନିଷ୍ଠ ସାରସ୍ୱତ ତପସ୍ୱୀ ସେଥିରୁ ନିଜକୁ ଦୂରେଇ ରଖିଛନ୍ତି । ଏପରିପେକ୍ଷୀରେ ‘ଆକଳନ’ ପରିବା ପକ୍ଷରୁ ‘ସ୍ରଷ୍ଟା ପୂଜନ’ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ଜଣାଯାଇଛି ।


