ବଡ଼ବୋରସିଙ୍ଗି ପଞ୍ଚାୟତ ରେ ବିଜେଡ଼ି ର ପଦଯାତ୍ରା, ଶହ ଶହ ମହିଳା କର୍ମୀ ସାମିଲ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ବିଜୁ ଜନତା ଦଳ ର ଅନ୍ତିମ ପର୍ଯ୍ୟାୟ ପଦଯାତ୍ରା ବଡ଼ବୋରସିଙ୍ଗି ପଞ୍ଚାୟତ ରେ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡ଼ି ସଭାପତି ଏସ. ରାମେଶ୍ୱର ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ କାଳିଆଗୁଡା ଠାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ, ବଡ଼ବୋରସିଙ୍ଗି ଗ୍ରାମ ପଞ୍ଚାୟତ ସଦନ ନୂତନ ଗୃହ, ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ, ଦୁବଲୁଣ୍ଡା ଯୁବକ ସଙ୍ଘ ଗୃହ ଉଦଘାଟନ କରିଥିଲେ l ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ କାଳିଆଗୁଡା ଓ ବଡ଼ବୋରସିଙ୍ଗି ଠାରେ କର୍ମୀମାନଙ୍କ ଏକ ସାଧାରଣ ବୈଠକ କରିଥିଲେ l ପଞ୍ଚାୟତ ର ସମିତି ସଭ୍ୟା ମମତା ଭୋଳ ଙ୍କ ନେତୃତ୍ୱ ରେ ଶହ ଶହ ମହିଳା ପଦ କର୍ମୀ ପଦଯାତ୍ରା ରେ ସାମିଲି ହୋଇଥିଲେ l ବ୍ଲକ ବହୁ ପ୍ରତିନିଧି ଯୋଗଦେଇଥିବା ରାଜ୍ୟ ସରକାର ଙ୍କ ବିକାଶ ବାର୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ବିଧାୟକ ଶ୍ରୀ ସ୍ଵାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଉପାଧକ୍ଷ ପ୍ରମିଳା ପ୍ରଧାନ,ସରପଞ୍ଚ ଦୁର୍ଗାମାଧଵ ନାୟକ, ସୀମାଞ୍ଚଳ ବିଷୋୟୀ, ସନ୍ତୋଷ ସୁବୁଦ୍ଧି, ସମିଟିସଭ୍ୟ କୁଞ୍ଜ ବିହାରୀ ନାୟକ, ବିଭୁପାଦ ଜେନା, l କାଠି ନାଚ, ଗିନି ମୂର୍ଦଳ ସହ ଢୋଲ ବାଦ୍ୟ କୁ ନେଇ ଏକ ବିରାଟ ପାଟୁଆର ଦ୍ଵାରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ସରକାରୀ ଭାବେ ଉଦଘାଟନ କାର୍ଯ୍ୟକ୍ରମ ରେ ବିଡ଼ିଓ ରୋଶନ କୁମାର ଶତପଥି, ଏବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଗ୍ରାମସେବକ ବ୍ରଜବାସୀ ସେଠି,ଜିଆରଏସ ସତ୍ୟନାରାୟଣ ପଟ୍ଟନାୟକ, ଯନ୍ତ୍ରୀ ସୁଜିତ କୁମାର ପାତ୍ର ଯୋଗଦେଇଥିଲେ lପଞ୍ଚାୟତ ବିଜେଡ଼ି ସଭାପତି ଖଦଳ ସ୍ୱାଇଁ, ନାଏବସରପଞ୍ଚ ସୁନିତା ପ୍ରଧାନ, ଶିବପ୍ରସାଦ ପ୍ରଧାନ, ପ୍ରଦୀପ କୁମାର ରାଉତ, ବିଜୟ ସ୍ୱାଇଁ, ମିଥୁନ ରାଉତ, ମିଥୁନ ଜେନା, ସୁଶାନ୍ତ ଜେନା, କାଳିଆ ସାହୁ, ବଡ଼ବୋରସିଙ୍ଗି , ବାହାନ ସ୍ୱାଇଁ, କୃଷ୍ଣ ମହାଗୁଡ଼, ଭଞ୍ଜ ପ୍ରଧାନ ସାନଵୋରସିଙ୍ଗି ନିରଞ୍ଜନ ସ୍ୱାଇଁ, ବାହନ ସ୍ୱାଇଁ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ