ବେଲଗୁଣ୍ଠା ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଛାତ୍ରୀ ଚିନ୍ମୟୀ ହେଲେ ବ୍ଲକ ଟପର

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ସବୁ ଆଶା ଆଶଙ୍କା ର ଅନ୍ତ ଘଟାଇ ବହୁ ପ୍ରତିଖିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ।ବେଲଗୁଣ୍ଠା ଅଞ୍ଚଳରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ସର୍ବାଧିକ ମାର୍କ ରଖି କୃତକାର୍ଜ୍ୟ ହୋଇଥିବା ଜଣାପଡିଛି । ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ଛାତ୍ରୀ ଚିନ୍ମୟୀ ରାଉତ ୬୦୦ ରୁ ୫୬୭ ମାର୍କ ଅର୍ଥାତ ଶତକଡା ୯୪ ପ୍ରତିଶତ ରଖି ବେଲଗୁଣ୍ଠା ବ୍ଲକ ଓ ଏନ.ଏ.ସି.ରେ ସର୍ବୋଚ ସ୍ଥାନ ଅଧିକାର କରିଛନ୍ତି ।ତାଙ୍କ ଘର ବେଲଗୁଣ୍ଠା ନିକଟସ୍ଥ ଚଢିଆପଲ୍ଲୀ ଗ୍ରାମ ରେ ହୋଇଥିବା ବେଳେ ସେ ବେଲଗୁଣ୍ଠା ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ପଢୁଥିଲେ ।ସେହିପରି ଏହି ବିଦ୍ୟାଳୟର ଛାତ୍ରୀ ସ୍ମୃତି ଶିଖା ପାତ୍ର ୫୪୭ ଅର୍ଥାତ ଶତକଡା ୯୧ ପ୍ରତିଶତ ମାର୍କ ରଖିଥିବା ବେଳେ ଛାତ୍ର ପ୍ରୀତିରଞ୍ଜନ ସାହୁ ୫୪୦ ମାର୍କ ରଖିଛନ୍ତି ।ଏହି ସଫଳତା ପାଇଁ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର କୁ ବିଭିନ୍ନ ମହଲା ରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଏହି ତିନିଜଣ ଛାତ୍ରଛାତ୍ରୀ ସେମାନଙ୍କର ସଫଳତାର ଶ୍ରେୟ ନିଜ ପିତା ମାତା ଙ୍କ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସୁଶାନ୍ତ ଗୁରୁଜୀ,କାଶୀନାଥ ଗୁରୁଜୀ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ।ସେହିପରି ବ୍ଲକରେ ଗୋବରା ବିଶ୍ବଭାରତି ଆବାସିକ ବିଦ୍ୟାଳୟର ଛାତ୍ର ସ୍ଵାଧୀନ କୁମାର ଗୌଡ ଓ ତନରଡା ଆର୍ଯ୍ୟ କନ୍ୟା ଗୁରୁକୁଳର ଛାତ୍ରୀ ସ୍ଵପ୍ନାରଣୀ ପ୍ରଧାନ ଦୁହେଁ ୫୪୦ ଅର୍ଥାତ ଶତକଡା ୯୦ ପ୍ରତିଶତ ମାର୍କ ରଖି କୃତକାର୍ଜ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ