ବୈଷୟିକ ଶିକ୍ଷକଙ୍କ ହୃଦଘାତରେ ପରଲୋକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ବୈଷୟିକ ଶିକ୍ଷକ ଜି. ଚନ୍ଦ୍ରମଣି ରେଡ୍ଡୀ (ଦୃଷ୍ଟିହୀନ) ଶନିବାର ଅପରାହ୍ନ ୧.୩୦ ସମୟରେ ବ୍ରହ୍ମପୁର ଏମ୍.କେ.ସି.ଜି.ମେଡିକାଲରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ଅମର ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ । ତାଙ୍କ ପରିବାର, ଛାତ୍ର ଛାତ୍ରୀ, ବନ୍ଧୁ ଏବଂ ସହକର୍ମୀ ଙ୍କୁ ଏଦୁଃଖ ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ । ତାଙ୍କର ସ୍ଵର୍ଗତ ଆତ୍ମା ପ୍ରତି ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ସମସ୍ତ ଅନୁଷ୍ଠାନର ସଦସ୍ୟ ଓ କର୍ମଚାରୀ ଙ୍କ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


