ବ୍ରହ୍ମପୁର ଏସ୍ପିଙ୍କ ଅପରାଧ ସମୀକ୍ଷା ବୈଠକ
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରରେ ଚୋରି ସାଙ୍ଗକୁ ରାହାଜାନୀ ଅଧିକ ମାତ୍ରାରେ ବଢ଼ି ଚାଲିଥିବା ବେଳେ ଏନେଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ସହରର କୁଖ୍ୟାତ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ତୁରନ୍ତ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ପି କହିଛନ୍ତି । ବ୍ରହ୍ମପୁର ପୋଲିସ ଟାଉନ ସବ୍ଡ଼ିଭିଜନରପୋଲିସ ଅଧିକାରୀଙ୍କୁ ନେଇ ଆୟୋଜିତ ଅପରାଧ ସମୀକ୍ଷା ବୈଠକରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପ୍ରତ୍ୟେକ ଥାନାର ପୁରୁଣା ମାମଲା, ୱାରେଣ୍ଟ, ଚୋରା ମାଦକ ଦ୍ରବ୍ୟ କାରବାର ପ୍ରତି ଧ୍ୟାନ ରଖିବା ସହ ଅପରାଧୀଙ୍କ ପ୍ରତି କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏପରିକି ପୁରୁଣା ମାମଲା ଗୁଡ଼ିକର ତୁରନ୍ତ ଫୈସଲା ତଥା ତଦନ୍ତ ଶେଷ କରି ଅନ୍ତିମ ସୁଫର୍ଦ୍ଦ ଟାଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଏସ୍ପି ପ୍ରଭାତ କୁମାର ରାଉତରାୟ, ଡ଼ିଏସ୍ପି ପି.କେ ଜେନା, ଏସ୍ଡ଼ିପିଓ ବିଷ୍ଣୂ ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ ।


