ଓଡ଼ିଶାରେ ଅନ୍ୟ ରାଜ୍ୟର ଡାକ୍ତର ନିଯୁକ୍ତିକୁ ନେଇ ଏମ୍‌କେସିଜି ଡ଼ାକ୍ତର ସଂଘର ରଣହୁଙ୍କାର, ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର, (ଅନିଲ କୁମାର ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଡ଼ାକ୍ତର ନିଯୁକ୍ତି ବିଜ୍ଞପ୍ତିରେ ଓଡିଶାର ବାହାର ରାଜ୍ୟର ଡ଼ାକ୍ତରଙ୍କୁ ଓଡ଼ିଶାରେ ନିଯୁକ୍ତି ନେଇ ଏମ୍‌କେସିଜି ମେଡିକାଲ୍ କଲେଜ ପିଜି ଓ ହାଉସ୍ ସର୍ଜନ ସଂଘ ପକ୍ଷରୁ ବିରୋଧ କରାଯାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଅଡ଼ି ବସିଛନ୍ତି ।
ଆଜି ଜୁନିଅର ଡ଼ାକ୍ତର ସଂଘ ସଭାପତି ଡ଼ା.ଚରଣ କିସ୍କୁଙ୍କ ନେତୃତ୍ୱରେ ପିଜି ଓ ହାଉସ୍ ସର୍ଜନ ଡ଼ାକ୍ତରମାନେ ରାଜ୍ୟ ସରକାରଙ୍କ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ ପ୍ରକାଶିତ ଡ଼ାକ୍ତର ନିଯୁକ୍ତି ବିଜ୍ଞପ୍ତିରେ ବାହାର ରାଜ୍ୟର ଡ଼ାକ୍ତରଙ୍କୁ ଓଡ଼ିଶାରେ ସୁଯୋଗ ଦେବା ନିଷ୍ପତ୍ତି ପ୍ରତିବାଦରେ ମେଡ଼ିକାଲ୍ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ତୁରନ୍ତ ଉକ୍ତ ନିଷ୍ପତ୍ତିକୁ ବଦଳାଇବାକୁ ଦାବି କରିଛନ୍ତି । ସୂଚନା ଥାଉକି ବର୍ତ୍ତମାନ ରାଜ୍ୟରେ ପ୍ରତିବର୍ଷ ୧୭୫୦ ଜଣ ଡ଼ାକ୍ତର ସୃଷ୍ଟି ହେଉଥିବା ଏବଂ ଆଗାମୀ ଆଉ ୨ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୨୫୦ ରେ ପହଞ୍ଚିବ । ଏହାଛଡ଼ା ଆଡ଼ହକ ଭିତ୍ତିରେ ରାଜ୍ୟ ସରକାର ୬୦୦ ଡ଼ାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ହେଁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ନିୟମିତ କରାଇନାହାଁନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯଦି ବାହାର ରାଜ୍ୟ ନିଯୁକ୍ତି ଦିଅନ୍ତି ତେବେ ଓଡ଼ିଶାର ହଜାର ହଜାର ଡ଼ାକ୍ତର ବେକାର ହୋଇଯିବେ ବୋଲି ପ୍ରକାଶ କରିବା ସହ ତୁରନ୍ତ ଆଡ଼ହକ ଓ ଠିକା ଭିତ୍ତିକ ଡ଼ାକ୍ତରଙ୍କୁ ନିୟମିତ ନିଯୁକ୍ତି ପାଇଁ ଦାବି କରିଛନ୍ତି । ତେଣୁକରି ଆଗାମୀ ଦିନରେ ଯଦି ସରକାର ଏହି ନିଷ୍ପତ୍ତିକୁ ନ ବଦଳାନ୍ତି ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ