ବ୍ରହ୍ମେଶ୍ୱର ମହାଦେବ ଓ ବ୍ରହ୍ମ ମହାବୀର ଙ୍କ ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ। ଚାରିଛକ ନିକଟସ୍ଥ ବ୍ରହ୍ମକୁଣ୍ଡି ଗ୍ରାମ ର ଶ୍ରୀ ବ୍ରହ୍ମେଶ୍ଵର ମହାଦେବ ଓ ବ୍ରହ୍ମ ମହାବୀର ପୀଠରେ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି । ବ୍ରହ୍ମେଶ୍ଵ ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ । ଆଜି ସୂର୍ଯ୍ୟପୂଜା , ଗୋପୂଜା ,ମଙ୍ଗଳା ଦି ପୂଜା ,ଅଗ୍ନି ସ୍ଥାପନ ,ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିବା ବେଳେ ଆସନ୍ତାକାଲି ପ୍ରାତଃ ବେଦ ପଠନ ,ସୂର୍ଯ୍ୟପୂଜା ,ରୁଦ୍ରାଭିଶେକ, ଚଣ୍ଡୀଯଜ୍ଞ ଓ ଚାଳିଶା ପାଠ ଅନୁଷ୍ଠିତ ହେବ।୨୪ ତାରିଖ ଦିନ ଗୋ ପୂଜା, ସୂର୍ଯ୍ୟପୂଜା ,ଶିବ ବିବାହ ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ ବୋଲି ଆୟୋଜକ ଙ୍କ ସୂତ୍ର ରୁ ପ୍ରକାଶ ।କର୍ତ୍ତା ଭାବେ ଟୁକୁ ରଞ୍ଜନ ସ୍ୱାଇଁ ଓ କର୍ତ୍ତି ଭାବେ ସୁଜାତା ସ୍ବାଇଁ ଯଜ୍ଞ କାର୍ଯ୍ୟ କରୁଛନ୍ତି ।


