ବ୍ରାହ୍ମୀଣିଗାଁ ଓ ଅଡବା ମୂଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ର ଅଡବା ଗ୍ରାମ ଠାରୁ ବ୍ରାହ୍ମୀଣିଗାଁ ମାତ୍ର ୪୦କି.ମି. ଏହି ରାସ୍ତା ଦେଇ ପ୍ରତୀକ ଦିନ ଅନେକ ଯାନବାହାନ ଚଳାଚଳ କରେ ପାଣଗଣ୍ଡା, କଟାମା, କାଟିଙ୍ଗା, ଦାରଙ୍ଗିବାଡି ଅଞ୍ଚଳ ର ଲୋକେ ଏହି ରାସ୍ତା ଉପରେ ନିର୍ଭୟ କରନ୍ତି ହେଲେ ବର୍ତ୍ତମାନ ଏହା ମରଣଜନ୍ତା ପାଲଟିଛି କାରଣ ରାସ୍ତା ରେ ଦୁଇ ଫୁଟ ର ବିରାଟ ବଡ ବଡ ଖାଲ ରହିଛି I ମଝୀ ରାସ୍ତା ରେ ଦମାଦୁଆ ଗ୍ରାମ ନିକଟ ବୁଲାଣି ରେ ମଝୀରେ ବିରାଟ ଖାଲ ଯାହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି ହେଲେ ବିଭାଗ ର ରକ୍ଷଣବିକ୍ଷଣ ଅଭାବ ପାଇଁ ଏଭଳି ଖାଲ ଖୋମା ଦେଖିବାକୁ ମିଳିଛି I ଦ୍ୱିତୀୟ ରେ ଥିବା ଯନ୍ତ୍ରୀ ପାର୍ଥ ସାରଥି ସେନାପତି ଦୁଇଟି ସ୍ଥାନ ମୋହନା, ଅଡବା ରେ ଯନ୍ତ୍ରୀ ଭାବେ କାମ କରୁଛନ୍ତି କିନ୍ତୁ ବହୁ ଦିନ ଜିଲ୍ଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ବିତାଉଛନ୍ତି ଯାହା ଦ୍ୱାରା ଏପଟେ ରାସ୍ତା ଖାଲ ଖୋମା ହେଲେ ଦୃଷ୍ଟୀ ପଡୁନି ଉକ୍ତ ରାସ୍ତା ମରାମତି ଯଦୀ ନ ହୁଏ କିଏ ଜାଣେ କେବେ ଦୁର୍ଘଟଣା ରେ ନିରୀହ ଜୀବନ ଚାଲିଯିବ I


