ଶିବନାରାୟଣ ପାଇଲେ ପ୍ରକୃତି ବନ୍ଧୁ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କୁ ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ସରକାରଙ୍କ ପ୍ରମୁଖ ଶାସନ ସଚିବ ମାନପତ୍ର ସହ ପ୍ରୋତ୍ସାହନ ରାଶି ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ମିଶ୍ର ବେଗୁନିଆ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ସୁପୁତ୍ର ଅଟନ୍ତି । ପରିବେଶ ସହିତ, ସ୍ୱଚ୍ଚତା, ଶିକ୍ଷା ତଥା ସମାଜରେ ଶାନ୍ତି, ମୈତ୍ରୀ, ପ୍ରଗତି ପାଇଁ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି ।


