ବ୍ରେକ୍ଅପ୍ କାରଣରୁ ପ୍ରେମିକଙ୍କ ଜିଭ ଛିଡାଇଲେ ପ୍ରେମିକା
ପ୍ରେମ କରୁଥିଲାବେଳେ ସବୁ ଠିକ୍ଠାକ୍ ଲାଗିଥାଏ । ହେଲେ ଏଥିରେ ବ୍ରେକଅପ୍ ହେଲେ ବିଗିଡି ଯାଇଥାଏ ଘଟଣା । ଅନେକ ହିଂସାତ୍ମକ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ । ହେଲେ ବାର୍ସିଲୋନାରେ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଲୋପେଜ ନାମକ ଏହି ଯୁବତୀ ଜଣଙ୍କ ୨୦୧୬ରେ ଜଣେ ଯୁବକଙ୍କ ସହ ରିଲେସନ୍ସିପ୍ ଆରମ୍ଭ କରିଥିଲେ । ହେଲେ ଏହା ମାତ୍ର ୨ ମାସ ଚାଲିଥିଲା । ପରେ ସେମାନେ ପୁଣି ଥରେ ନୂଆ ସମ୍ପର୍କ ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ । ମାତ୍ର ୪ ମାସ ପରେ ପ୍ରେମିକ ଜଣଙ୍କ ଏହି ସମ୍ପର୍କକୁ ଭାଙ୍ଗିଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ବଡ଼ ବାଧିଥିଲା ଲୋପେଜଙ୍କୁ । ସେ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖି ପ୍ରେମିକଙ୍କୁ କହିଥିଲେ ମୁଁ ଶେଷ ଥର ପାଇଁ ତୁମକୁ କିସ୍ କରିବାକୁ ଚାହୁଁଛି । ପ୍ରେମିକ ଜଣଙ୍କ ଏଥିରେ ରାଜି ହୋଇଗଲେ । ଆଉ କିସ୍ କରୁଥିବା ସମୟରେ ଲୋପେଜ ପ୍ରେମିକଙ୍କ ଜିଭକୁ କାମୁଡି ଛିଡାଇଦେଇଥିଲେ । ହଠାତ୍ ଚୁମ୍ବନର ଖୁସି ଆତଙ୍କରେ ବଦଳିଯାଇଥିଲା । ଯୁବକ ଜଣଙ୍କ ଚିକ୍ରାର କରିବା ପରେ ଆଖପାଖରେ ଯାଉଥିବା ଲୋକେ ତୁରନ୍ତ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ । ପୁଲିସ୍ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଲୋପେଜଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ଲୋପେଜ କିନ୍ତୁ ପ୍ରେମିକଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ।


