ବ୍ଲକ ବିଜେଡିର ନୂତନ କର୍ମକତାଙ୍କ ନାମ ଘୋଷଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ବିଜେଡି ପକ୍ଷରୁ ନୂତନ କର୍ମକତାଙ୍କ ନାମ ଘୋଷଣା କରାଯାଇଛି । ଉପସଭାପତି ଭାବେ ମନ୍ମଥ କୁମାର ଓଝା, ପ୍ରଫୁଲ ପରିଡା, ନିଲୁରାମ ପରିଡା, ଶିଶିର ମଲ୍ଲିକଙ୍କ ସମେତ ୫ଜଣ, ସାଧାରଣ ସଂପାଦକ ଭାବେ ଅରଣ୍ୟ ନାୟକ, ଦିଲ୍ଲିପ ଲେଙ୍କା, ଧନେଶ୍ୱର ଲେଙ୍କା, ପ୍ରକାଶ ଚନ୍ଦ୍ର ଜେନା, ଅକ୍ଷୟ କୁମାର ବିଶ୍ୱାଳ, ହରପ୍ରସାଦ ମହାନ୍ତିଙ୍କ ସମେତ ୨୧ଜଣ ଓ କୋଷାଧ୍ୟକ୍ଷ ଭାବେ ଜନ୍ମେଜୟ ନାୟକଙ୍କ ନାମକୁ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ ଘୋଷାଣା କରିଛନ୍ତି । ଉପସସଭାପତି ଭାବେ ଶ୍ରୀ ଓଝାଙ୍କୁ ମନୋନିତ କରାଯାଇଥିବାରୁ ଶ୍ରୀ ଓଝା ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।


