ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବାରଣାସୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ଓ ଏନ ଏ ସି ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭି. କୁର୍ମାନାଧାମ ଙ୍କ ସଯୋଜନାରେ ଆୟୁଯୁକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଵାଲା ସାୟାମ୍ମା ବିଶିଷ୍ଟ ଅତିଥି ତହସିଲଦାର ଆଶିଷ କୁମାର ପ୍ରଧାନ ସଂମ୍ମାନିତ ଅତିଥି ଏନ ଏ ସି ଅଧକ୍ଷା ଏମ ସୁଧାରାଣୀ ଓ ସମାଜସେବୀ ହୃଷିକେଶ ଗୌଡ଼ ଆଈ ଆଈ ସି ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଶୁଭଆରମ୍ଭ କରିଥିଲେ. ସ୍ଥାନୀୟ ବି ଇ ଓ ତଥା ସଂଗଠନ ସମ୍ପାଦକ ଆଦିକନ୍ଦ ଗମାଙ୍ଗ ସ୍ୱାଗତଓ ପ୍ରତିଯୋଗିତାର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ. କ୍ରୀଡା ପ୍ରତିଯୋଗିତା ର ପତାକା ଉତ୍ତଳନ ସହ ଶପଥ ପାଠ କରାଯାଇଥିଲା. ଏହି ପ୍ରତିଯୋଗିତାର ଓଡିଶା ରେ ହକି ବିଶ୍ୱ କପ ଖେଳ ଅନୁଷ୍ଠିତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସ୍କୁଲରେ ହକି ଖେଳ ଲାଗୁ କରିଛନ୍ତି. ଜିଲ୍ଲା କ୍ରୀଡ଼ା ଶିକ୍ଷକ ସୁରେଶ କୁମାର ପାତ୍ର ସି ଆର ସି ସି ଏସ . ମଧୁ ଅଶୋକ କୁମାର ଗୌଡ଼ ଦିଲ୍ଲୀପ କୁମାର ପ୍ରମୁଖ ପରିଚାଳନା କରିଥିଲେ. ସମସ୍ତ ସ୍କୁଲର ଖେଳ ଶିକ୍ଷକ ସହ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟନ କର୍ମଚାରୀ ସହଯୋଗ କରିଥିଲେ. ଏହି ପ୍ରତିଯୋଗିତା ଦୁଇ ଦିନ ଅନୁଷ୍ଠିତ ହେବ. ଶ୍ରେଷ୍ଠ ପ୍ରତିଯୋଗୀମାନେ ଜିଲ୍ଲା ସ୍ତରକୁ ଯିବେ l


