ବ୍ଲକ ସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟବଲ ଲିଗ ଉଦଯାପିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ଓ ମହାକାଳ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅମର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସରପଂଚ ଜଳନ୍ଧର କହଁର, କ୍ରୀଡା ସଂଗଠନ ଶୁକଦେବ ମୁଖୀ, ଯୁବ ସ୍ୱେଚ୍ଛାସେବୀ ସଞ୍ଜୟ କୁମାର ଦିଗାଳ, ପୂର୍ବତନ ଫୁଟବଲ ଖେଳାଳି ଦିଗାମ୍ବର କହଁର, ଅଶ୍ୱିନୀ ମୁଖୀ, ରଞ୍ଜିତ କୁମାର ଦିଗାଳ, ସାଗର ସାହୁ, ସୁରଞ୍ଜନ ନାଏକ, ଜିତୁ ମୁଖୀ, ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଗତ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ବ୍ଲକର ୮ଟି ଫୁଟବଲ ଟିମ ଯୋଗଦେଇ ଥିବାବେଳେ ଫାଇନାଲ୍‌ ମ୍ୟାଚ୍‌ ସୁଜିତ ଫୁଟବଲ କ୍ଲବ ଓ ଏନଟିଏସ କ୍ଲବ ମାଝିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଝିପଡାକୁ ୧-୦ ଗୋଲରେ ହରାଇ ସୁଜିତ ଫୁଟବଲ୍‌ କ୍ଳବ ଚମ୍ପିଆନ୍‌ ହୋଇଥିଲେ । ଉଭୟ ଦଳକୁ ଯୋଗ ଦେଇଥିବା ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟାରେ ଶୁଶାନ୍ତ କୁମାର ଜୁଣ୍ଡିଙ୍କ ସମେତ ତଣ୍ଡେଶ୍ୱର କହଁର, ଜଗନ ବିଶୋୟୀ, ନରେନ୍ଦ୍ର କହଁର ଓ ଅଜିତ କୁମାର ମଳିକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ସୁଜିତ ଫୁଟବଲ କ୍ଲବର ସଦସ୍ୟ ରାଜେଶ କୁମାର ଦିଗାଲ, ପିଣ୍ଟୁ କହଁର, ବିଭୁତି କହଁର, ମନୋଜ କହଁର, ଯଶୋବନ୍ତ କହଁର, ମାନସ ମୁଖୀ, ସୁବନ କହଁରଙ୍କ ସହ ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ