ଜେଏସପିଏଲ ଫାଉଣ୍ଡେସନ୍ ଦ୍ୱାରା ଜୋଡା ଏବଂ ବଡ଼ବିଲ ମାଇନ୍ସ ଅଞ୍ଚଳରେ ଏସଏଚଜି ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଯୋଡ଼ା, (ସମୀର କୁମାର ଦାସ) : ସମାଜର ସାମଗ୍ରିକ ବିକାଶ ପାଇଁ ମହିଳା ସଶକ୍ତିକରଣର ଗୁରୁତ୍ୱପୂର୍ଣ୍ ଭୂମିକା ରହିଛି | ଏହି ଉକ୍ତିକୁ ଆଧାର କରି, ଜେଏସପିଏଲ ଫାଉଣ୍ଡେସନ ଜୋଡା ଓ ବଡ଼ବିଲ ଅଞ୍ଚଳରେ ଏସଏଚଜି ମହିଳା ମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରିଛି I ଗ୍ରାମାଞ୍ଚଳର ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନା ସୃଷ୍ଟି କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉକ୍ତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା I ଭଦ୍ରାସାହି ଏବଂ ସେରେଣ୍ଡା ଗ୍ରାମପଞ୍ଚାୟତର ୧୨୫ ରୁ ଅଧିକ ଏସଏଚଜି ମହିଳା ନେତ୍ରୀ “ସାମାଜିକ ପରିବର୍ତ୍ତନରେ ମହିଳାଙ୍କ ଭୂମିକା” ବିଷୟବସ୍ତୁକୁ ନେଇ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଦକ୍ଷତା ବିକାଶ କର୍ମଶାଳା, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ସ୍ୱୟଂ ସହାୟକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ମହିଳା ଏସଏଚଜି ମହିଳାମାନଙ୍କ ମଧ୍ୟରେ ଉଦାହରଣୀୟ ପରିବର୍ତ୍ତନ ଆଣିପାରିଛି | ବିଭିନ୍ନ ପ୍ରକାର ଖେଳ ଏବଂ ଗୋଷ୍ଠୀ ଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କୁ ନେତୃତ୍ୱ ଓ ସହଭାଗିତା ଶିକ୍ଷ୍ୟା ଦିଆଯାଇଥିଲା | ମହିଳା ଅଂଶଗ୍ରହଣକାରୀଙ୍କୁ ଏସଏଚଜି ପରିଚାଳନା, କ୍ଷୁଦ୍ର ବ୍ୟବସାୟ ବିକାଶ ମଡ୍ୟୁଲ୍, ବିକ୍ରୟ ଏବଂ ମାର୍କେଟିଂ ଦକ୍ଷତା ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଉପରେ ତାଲିମ ଦିଆଯାଇଥିଲା | ଯୋଡା ବ୍ଲକର ପ୍ରୋଗ୍ରାମ ମ୍ୟାନେଜର (ଓଡିଶା ଜୀବିକା ମିଶନ), ଦିବାକର ମIଝି, ଏସଏଚଜି ନେତାମାନଙ୍କୁ ସରକାରଙ୍କର ବିଭିନ୍ନ ସାମାଜିକ ଓ ଅର୍ଥନୀତିକ କଲ୍ୟାଣ ଭିତ୍ତିକ ଯୋଜନା ଏବଂ ଏହି ସବୁ ଯୋଜନାର ଲାଭ ପାଇବା ପାଇଁ ଥିବା ସରକାରୀ ବିଏଵସ୍ଥା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଭର୍ଜିଲ ଲାକ୍ରା, ଡିଜିଏମ ଏବଂ ଜେଏସପି ବଡ଼ବିଲର ସିଏସଆର ମୁଖ୍ୟ, ଏହି ଦକ୍ଷତା ବିକାଶ କର୍ମଶାଳା ର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସ୍ଥାନୀୟ ଉତ୍ପାଦର ମାର୍କେଟିଂ ଚ୍ୟାନେଲ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମର ବ୍ୟବହାର କରିବାର ଆବଶ୍ୟକତା ଉପରେ ଲାକ୍ରା ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଡ. ତୁଲାସୀ ମୁଣ୍ଡା ଏବଂ ଇଂ ଡେଜି ସିଧୁ, ସରପଞ୍ଚ – ସେରେଣ୍ଡା ଉଦ୍ଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ପ୍ରମିଲା ନାୟକ, ସରପଞ୍ଚ – ଭଦ୍ରାସାହି, ପିଏସ ସଦସ୍ୟ ତଥା ଅନ୍ୟ ଗ୍ରାମ ନେତାମାନେ ଉପସ୍ଥିତି ଥିଲେ | ଜେଏସପିର ସିଏସଆର ଅଧିକାରୀ, ଯାଦୁମାନୀ ମହନ୍ତ, ବିକାଶ ଲାଗୁରୀ ଏବଂ ରାଜୀବ ଉପାଧ୍ୟାୟ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳ ରୂପାୟନରେ ନିୟୋଜିତ ଥିଲେ। ସେରେଣ୍ଡା ଗାଁର ସୁମିତ୍ରା ପାତ୍ରଙ୍କ ମତରେ, “ଏହି ପ୍ରଶିକ୍ଷଣରେ ଛୋଟ ବ୍ୟବସାୟ ଚଳାଇବାରେ ବ୍ୟବହାରିକ ପ୍ରୟୋଗ ଏବଂ ଅନ୍ୟାନ୍ୟ ଉପାଦାନ ସମ୍ବନ୍ଧରେ ତାଲିମ ଦିଆଯିଆଥିଲା । ମୁଁ ଅନେକ ଜିନିଷ ଶିଖିଛି ଏବଂ ଏହିପରି ତାଲିମ କାର୍ଯ୍ୟକ୍ରମ ଦ୍ୱାରା ମୋ ଭଳି ମହିଳାମାନେ ଉପାର୍ଜନ କରିବା ସହ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ପାରିବେ ଇ ଜେଏସପିଏଲ ଫାଉଣ୍ଡେସନ ହେଉଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସମାଜିକ ସଖା ଯାହାକି ସ୍ଥାନୀୟ ଲୋକମାନଙ୍କର ଜୀବନର ଗୁଣବତ୍ତା ଗଠନ ଏବଂ ଉନ୍ନତି ପାଇଁ ଜେଏସପିର ସିଏସଆର ମିଶନକୁ କାର୍ଯ୍ୟକାରୀ କରିଥାଏ I ମୁଖ୍ୟତ କମ୍ପାନୀ ଅପେରସନର ଚତୁର୍ପାର୍ଶ୍ୱରେ ବାସବାସ କରୁଥିବା ଲୋକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ଅନଗ୍ରସର ଲୋକମାନଙ୍କର ଜୀବନ ଧରଣରେ ଉନ୍ନତି ପାଇଁ ଫାଉଂଡେସନ ଅବିରତ କାର୍ଯ୍ୟ କରି ଚାଲିଛି | ଏହାର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ, ଜେଏସପିଏଲ ଫାଉଣ୍ଡେସନ୍ ୧୨୫୦ କ୍ଷୁଦ୍ର ବ୍ୟବସାୟ ୟୁନିଟ୍କୁ ପ୍ରୋତ୍ସାହନ ଦେବା ମାଧ୍ୟମରେ, ୧୬୦୦୦ ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି | ଜେଏସପିଏଲ ଫାଉଣ୍ଡେସନର ସମସ୍ତ ସାମାଜିକ ବିକାଶ ମୂଳକ ପଦକ୍ଷେପ, ସରକାରଙ୍କ ଦୀର୍ଘକାଲିକ ସାମାଜିକ ବିକାଶ କାର୍ଯ୍ୟକ୍ରମ ତଥା ମିଳିତ ଜାତିସଂଘର ଦୀର୍ଘକାଲିକ ସାମାଜିକ ବିକାଶ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ I


