ବ୍ଳକ୍ ସ୍ତରୀୟ କୋଭିଡ ଟୀକାକରଣ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ପାଖାପାଖି ଏକ ବର୍ଷ ହେବ ବିଶ୍ୱବାସୀ କରୋନା ସହ ଲଢ଼େଇ କରୁ୍ଥିବା ବେଳେ ବର୍ତ୍ତମାନ ବିଭିନ୍ନ କମ୍ପାନୀର ଗବେଷଣା ପରେ ଅତି ଶୀଘ୍ର କୋଭିଡ ଟୀକା ଆସିବା ନେଇ ଆଶା ସଞ୍ଚାର ହୋଇଛି I ଟୀକା ଆସିବା ପୂର୍ବରୁ ଆଗାମୀ ଦିନରେ ଟୀକାକରଣ ପାଇଁ ବିଭିନ୍ନ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି I ଏନେଇ ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଟୀକାକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଆସନ୍ତା ନୂଆଁ ବର୍ଷରୁ ଟୀକା ଆସିବା ନେଇ ଆଶା କରାଯାଇଥିବା ବେଳେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଅଗ୍ରାଧିକାର ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ ଏବଂ ପୋଲିସ୍ କର୍ମଚାରୀଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା I ଆଜିର ବୈଠକରେ ବିଡିଓଙ୍କ ସମେତ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ୨୦୨୧ ବର୍ଷ ପାଇଁ ମନୋନୀତ ରୋଟାରୀ କ୍ଲବ ସଭାପତି ଭି.ଦେବୀ ପ୍ରସାଦ ପାତ୍ର, ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ସିଡିପିଓ କୃଷ୍ଣ ପ୍ରିୟା ପ୍ରଧାନ ପ୍ରମୁଖ ବୈଠକରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକ୍ ପ୍ରୋଗ୍ରାମ ମ୍ୟନେଜର ଦୁର୍ଗା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ