ଛତ୍ରପୁରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରୀୟ;ଘର ନିକଟରୁ ମହିଳାଙ୍କଠୁ ଝାମ୍ପିଲେ ସୁନା ଚେନ ଓ ମଙ୍ଗଳସୂତ୍ର

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ପଷ୍ଟ ଦିବାଲୋକରେ ଘରେ ପଶି କୋର୍ଟ ଷ୍ଟେସନ ସାହି ନିକଟରୁ ମହିଳାଙ୍କ ସୁନା ଚେନ ଓ ମଙ୍ଗଳସୂତ୍ର ଝାମ୍ପି ଲୁଟିନେଲେ ଦୁର୍ବୃତମାନେ । ଏ ନେଇ ଛତ୍ରପୁର ସହରରେ ଚାଂଚଲ୍ୟ ସୃଷ୍ଟି କରିଛି । ଛତ୍ରପୁର ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିର ରୋଡ଼ସ୍ଥିତ କୋର୍ଟ ଷ୍ଟେସନ ସାହିକୁ ଥିବା ଏକ ଗଳି ନିକଟ ଘରୁ ଆଜି ସକାଳ ୮.୧୫ ମିନିଟ ସମୟରେ ଦୁଇ ଜଣ ଲୁଟେରା ଜଣେ ମହିଳାଙ୍କଠାରୁ ଦେଢ଼ ତୋଳାର ସୁନା ଓ କଳା ମାଳିରେ ଲାଗିଥିବା ମଙ୍ଗଳସୂତ୍ର ଝାମ୍ପି ନେଇ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ପ୍ରିୟସ୍ ରଂଜୁନ ଛୋଟରାୟ ଓ ଏଏସଆଇ ବି. କହଁର ତତକ୍ଷଣାତ ଘଟଣା ସ୍ଥଳକୁ ପହଂଚି ଏହାର ଅନୁଧ୍ୟାନ କରିବା ସହ ପାଖାପାଖି ଅଂଚଳରେ ଥିବା ସମସ୍ତ ଘର ଓ ଦୋକାନଗୁଡ଼ିକରେ ଲାଗିଥିବା ସିସି ଟିଭି ଫୁଟେଜ ଯାଂଚ କରିଥିଲେ । ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଟାଟା ଜାମସେଦପୁର ଅଂଚଳର ଆଶା ଦେବୀ (୫୭) । ସେ ଗତ ୬ ତାରିଖ ଦିନ ଏକ ବିବାହ ଭୋଜି କାର୍ଯ୍ୟରେ ପାତ୍ରପୁର ସାହିରେ ରହୁଥିବା ତାଙ୍କ ଭାଇ ଘରକୁ ଆସିଥିଲେ । ସୋମବାର ସକାଳ ୮ଟାରେ ସେ ଠାକୁରାଣୀ ମନ୍ଦିର ଦର୍ଶନ କରି ନିଳକଣ୍ଠେଶ୍ୱର ମନ୍ଦିର ରୋଡ଼ ସ୍ଥିତ କୋର୍ଟଷ୍ଟେସନ ସାହିକୁ ଯିବା ଗଳି ରାସ୍ତାରେ ଥିବା ତାଙ୍କ ସମ୍ବର୍କୀୟ ଭଉଣୀ ସୁଶିଳା ଦଳେଇଙ୍କ ଘର ଏଣ୍ଡିରେ କୁ ଗୋଡ଼ ପକାଇଥିବାବେଳେ ହଠାତ ନମ୍ବର ବିହୀନ ପଲସର ଗାଡ଼ିରେ ଦୁଇ ଜଣ ଦୁର୍ବୃତ ଜଣେ ଗାଡ଼ି ଉପରେ ହେଲମେଟ ପିନ୍ଧି ଷ୍ଟାର୍ଟ କରି ରହିଥିବାବେଳେ ଆଉ ଜଣେ ଦୁର୍ବୃତ ହାତରେ ଗ୍ଲୋବ୍ସ ଓ ମୁହଁରେ ମଙ୍କି କ୍ୟାପ ପିନ୍ଧି ଆଶା ଦେବୀଙ୍କ ମୁହଁକୁ ଚାପି ଦେଇ ସୁନା ଓ ମଙ୍ଗଳ ସୂତ୍ର ଧରି ଚମ୍ପଟ ମାରିଥିଲେ । ଏ ନେଇ ଆଶା ଦେବୀ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଛତ୍ରପୁର ପୁଲିସ ୩୭୮/୨୦୨୦ନଂ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଳେ କୋର୍ଟ ଷ୍ଟେସନ ଗଳା ଶଙ୍ଖ ରାସ୍ତାରେ ଶାରଳା ଜୁଏଲର୍ସର ମାଲିକଙ୍କୁ ଆକ୍ରମଣ କରି ସେମାନଙ୍କଠାରୁ ଦୁର୍ବୃତମାନେ ସୁନା, ଟଙ୍କା ଓ ରୂପା ଲୁଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ