ବ୍ଳକ ସ୍ତରୀୟ ଶିଶୁ କନ୍ୟା ସୁରକ୍ଷା କର୍ମଶାଳା ତାଲିମ ଶିବିର
ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସହଯୋଗିତା ଏବଂ ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଶନିବାର ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବ୍ଳକ ସ୍ତରୀୟ ଶିଶୁ କନ୍ୟା ସୁରକ୍ଷା କର୍ମଶାଳା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ଯତ୍ନ ଅଧିକାରୀ ଶରତ ଚନ୍ଦ୍ର ମହାରଣାଙ୍କ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ବିଡ଼ିଓ ପ୍ରସନ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଜିଲ୍ଲାସ୍ତରୀୟ ତାଲିମଦାତା ହରିହର ପାଢି ପ୍ରମୁଖ ମଂଚାସିନ ଥିଲେ । ମୋ ଗେହ୍ଲା ଝିଅ, ନିର୍ଭୟ କଢି, ବେଟି ବଚାଅ- ବେଟି ପଢାଅ ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପର୍କରେ ବିଡ଼ିଓ ପାତ୍ର ସୂଚନା ପ୍ରଦାନ କରିଥିଲେ । ଗତ ୨୦୧୫ ଜାନୁୟାରୀ ୨୨ ତାରିଖ ଠାରୁ କେନ୍ଦ୍ର ସରକାର ଶିଶୁକନ୍ୟା ମାନଙ୍କ ବିକାଶ ଦିଗରେ ବେଟି ବଚାଓ- ବେଟି ପଢାଅ ଯୋଜନା କ଼ାର୍ଯ୍ୟକାରୀ କରି ଆସୁଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ତରଫରୁ ମେ ଗେହ୍ଲା ଝିଅ ଓ ନର୍ଭୟ କଢି ଯୋଜନା ଆରମ୍ଭ ହୋଇଛି । ମୁଖ୍ୟତଃ କନ୍ୟା ସନ୍ତାନ ମାନଙ୍କ ପ୍ରତି ଘଟୁଥିବା ଲିଙ୍ଗଗତ ଓ ଧର୍ମଗତ ପକ୍ଷପାତିତା, ବାଲ୍ୟ ବିବାହ, ସ୍ୱଳ୍ପ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସାମାଜିକ ବ୍ୟବହାର ପରିବର୍ତନ ସହ ସଶକ୍ତିକରଣ ନିମନ୍ତେ ଉଦ୍ଧିଷ୍ଟ ବ୍ୟବସ୍ଥା ସଂକାନ୍ତରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ବାଲ୍ୟ ବିବାହ ବିଷୟରେ ସୂଚନା ଦେଲେ ସୂଚନା ଦାତାଙ୍କୁ ଜିଲ୍ଲାପାଳ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଥିବା ଶିଶୁ ଅଧିକାରୀ କହିଥିଲେ । ଏସବୁ ଦିଗରେ ଜନ ପ୍ରତିନିଧି ମାନଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ଜିଲ୍ଲାସ୍ତରୀୟ ତାଲିମଦାତା ହରିହର ପାଢି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଜିପିଓ ପ୍ରଶାନ୍ତ କୁମାର ରଥ, ଏପିଇଓ ପ୍ରକାଶ ସାହୁ, ପିଏଚଇଓ ମୃତ୍ୟୁଂଜୟ ପାଣିଗ୍ରାହୀ, ସରଂପଚ ଲକ୍ଷ୍ମଣ ଗୌଡ଼, ଭାଣ୍ଡି ରବିନ୍ଦ୍ର, ରଘୁନାଥ ବେହେରା, ଜି. ଆପେୟା, କୃଷ୍ଣ ପାଣଗ୍ରାହୀ, ମନୋଜ କୁୂମାର ସାବତ, ଜି. ମୋହନ, ବନଜା ବେହେରା, ସୋନାଲି ବେହେରା, ବାସନ୍ତି ଦେବି, ନଳିନିସ ସିଓ, ଗିତାଂଜଳି ପାଢିଙ୍କ ସମେତ ବହୁ ଅଙ୍ଗନୱାଡ଼ି କର୍ମୀ ତାଲିମ କର୍ମଶାଳାରେ ଉପସ୍ଥିତ ଥିଲେ ।


