ବ୍ୟବସାୟ କ୍ଷତିପୂରଣ ସହ୍ୟନକରି ମାଛ ବେପାରୀଙ୍କ ଆତ୍ମହତ୍ୟା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆସାହିରେ ବାସ କରୁଥିବା ଭଗବାନ ବେହେରା ନାମକ ଜଣେ ୩୫ ବର୍ଷୀୟ ମାଛ ବେପାରୀ ବ୍ୟବସାୟରେ କ୍ଷତି ସହିନପାରି ଶୁକ୍ରବାର ସକାଳେ ନିଜ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଦୀର୍ଘବର୍ଷ ଧରି ଦିଗପହଣ୍ଡି ଜନତା ଲେନରେ ଭଗବାନ ମାଛ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ଭଗବାନ ନିଜ ନିତ୍ୟକର୍ମ ସାରି ମାଛ ବେପାର କରିବା ପାଇଁ ଯାଇଥିଲେ । କିଛି ସମୟ ପରେ ଘରକୁ ଆସି ନିଜ ସ୍ତ୍ରୀ ଓ ଶାଶୁଙ୍କୁ ନେଇ ଆଙ୍କୋରଡା ସ୍ଥିତ ଗ୍ରାମରେ ଛାଡି ଫେରିଥିଲେ । ମାଛ ବେପାର ରେ ବକେୟା ଟଙ୍କା କିଭଳି କରଜ ଶୁଝିନପାରିବା ଭାବି ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବା ଦେଖି ଆତ୍ମହତ୍ୟା କରିଥିଲେ । ସାହି ପଡୋଶୀ ଜାଣିବା ପରେ ସାହିରେ ରହୁଥିବା ଶଶୁର ଘର ଲୋକ ଓ ସ୍ତ୍ରୀ ଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ ୨/୨୨ ପ୍ରକାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।


