ବ୍ୟାଘ୍ରବାହିନୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାରି ଦିନିଆ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଚୌଦ୍ବାର,(ଦୀପକ୍ କୁମାର ବେଉରା): ଚୌଦ୍ବାର ଅଂଚଳରେ ଆଜି ମା ବ୍ୟାଘ୍ରବାହିନୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାରି ଦିନିଆ ଟୁର୍ଣ୍ଣାମେଣ୍ଟ ଧମକା ଆରମ୍ଭ ହୋଇଛି । ଏହି ଟୁନାମେଣ୍ଟ ଆଜି ୧୧ ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଶେଷ ହେବ ।କଟକ ଜିଲ୍ଲାର ବିଭିନ୍ନ ସ୍ଥାନର ୮ ଟି ଦଳ କୁ ନେଇ ଏଇ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୯ହଜାର ପୁରସ୍କାର ରାଶି ସହ ଟ୍ରଫି ଏବଂ ରନସ୍ଅପ କୁ ୬ହଜାର ଟଙ୍କା ପ୍ରଦାନ କରାଯିବ । ଏଥିରେ କ୍ଲବର ସଭାପତି ଅଶୋକ କୁମାର ସାହୁ ଏବଂ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରଦ୍ଧାନନ୍ଦ ସୁବୁଦ୍ଧିରାୟ, ଦେବି ପ୍ରସାଦ ନାୟକ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ