ମୋ ଉପକାରୀ ବଗିଚା ଦ୍ବାରା ଘରେ ଘରେ ପୃଷ୍ଠିକର ଖାଦ୍ୟ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକ ବୁଢେଇଶୁଣୀ ପଞ୍ଚାୟତ ଲକ୍ଷ୍ମଣ ପଲ୍ଲୀ ଗ୍ରାମରେ ମୋ ଉପକାରୀ ବଗିଚା ଦ୍ଵାରା ପନିପରିବା ଚାଷ କରି ପୃଷ୍ଠିକର ଖାଦ୍ୟ ଯୋଗାଉଛନ୍ତି, ରାଜ୍ୟ ସରକାରଙ୍କ ମୋ ଉପକାରୀ ବଗିଚାରେ ସାମିଲ ହୋଇ ଲକ୍ଷ୍ମଣପଲ୍ଲୀ ଗ୍ରାମର “ମା ତାରିଣୀ ସ୍ୱୟଂ ସହାୟିକା ଗୃପ୍”। ନିଜର ବାରିପଟେ ଏହି ବଗିଚା କରି ଗୃପର ସମସ୍ତ ସଦସ୍ୟ ନିଜର ଘରର କାମ ସାରି ସକାଳୁ ସକାଳୁ ବଗିଚାରେ ଲାଗିପଡନ୍ତି । ପରିବା ଚାଷ କରି ଗଛର ଯତ୍ନ ନେଇ ବେଶ ପନିପରିବା ଆଦାୟ କରୁଥିବା ଦେଖାଦେଇଛି। ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ଖତ ଦେଇ ପନିପରିବା ଚାଷ କରିଥାନ୍ତି ଏହି ଗୃପ ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଉପକାରୀ। ମୋ ଉପକାରୀ ବଗିଚା ମାଧ୍ୟମରେ ସେମାନେ ନିଜ ବାରି ବଗିଚାରେ ଝୁଲଣ , ଫଳ କୋବି, କଲରା, କଦଳୀ, କଖାରୁ, ବିନ୍ସ ପ୍ରଭୃତି ବହୁ ପନି ପରିବା ଚାଷ କରିଥାନ୍ତି । ସରକାରୀ ଯୋଜନାର ଅର୍ଥକୁ ଠିକ ରୂପେ ଲଗାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । ଗୃପର ସମସ୍ତ ସଦସ୍ୟ ମାନଙ୍କ ମତ ନେବାରେ ସେମାନେ ନିଜର ପ୍ରତିକ୍ରିୟାରେ ଏହି ସଫଳତାର ଶ୍ରେୟ ଦେଇଛନ୍ତି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ବିପିଏମ୍ ସଞ୍ଜୁ ସାହୁ ଙ୍କୁ । ଏନେଇ ବିପିଏମ ଶ୍ରୀମତୀ ସାହୁଙ୍କ ପ୍ରତିକ୍ରିୟା ନେବାରେ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଏହାପରେ କୁକୁଡ଼ା ଚାଷ କରିବାକୁ ଆର୍ଥିକ ସହାୟତା ଯୋଗାଇବ ସହ ତାଲିମ ପ୍ରଦାନ କରାଯାଇ ସେଥିରେ ମଧ୍ୟ ସଫଳତା ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ