ବ୍ୟାପକ ମାନସିକତା ଓ ଦିବ୍ୟଚେତନାର ଜାଗରଣ ହେଲେ ସଫଳ ହେବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସବ୍ୟାପକ ମାନସିକତା ଓ ଦିବ୍ୟ ଚେତନାର ଜାଗରଣ ହେଲେ ସଫଳ ସାହିତ୍ୟ ସୃଷ୍ଟି ହୋଇପାରିବ ବୋଲି ହାଟଡିହି ସମ୍ବାଦ ସାହିତ୍ୟଘରର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ସତପଥି ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବୈତରଣୀ ନଦୀ ଯେପରି ପ୍ରବହମାନ , ସାହିତ୍ୟକ ମାନେ ଅନୁରୁପ ଭାବେ ସାହିତ୍ୟର ଧାରାକୁ ନିରବଛିନ୍ନ ଭାବେ ଜାରି ରଖିବା ଉଚିତ । କେବଳ ଗଳ୍ପ ଓ କବିତା କିମ୍ବା ପ୍ରବନ୍ଧ ଲେଖିଦେଲେ ସାହିତ୍ୟ ବଳିଷ୍ଠ ହେବ ନାହିଁ, ସର୍ଜନା କ୍ଷେତ୍ରରେ ଲେଖକଙ୍କର ଆନନ୍ତରିକତା ଓ ସୁସ୍ଥ ମାନସିକାତା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଶାନ୍ତି, ସଦଭାବନା, ତଥା ପାରିପାଶ୍ୱର୍ିକ ଭାବ ବିନିମୟ ସୁଦୃଢ଼ ହେଲେ ସୃଷ୍ଟି ହେଉଥିବା ସାହିତ୍ୟ ପାଠକଙ୍କୁ ଆମୋଦିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି ଆଜିକାର ଯୁବପିଢ଼ୀମାନେ ସାହିତ୍ୟ ମନସ୍କ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଡ.ଗଣେଶ୍ୱର ଜେନା (ଆଇଏଏସ) ସାହିତ୍ୟ ସୃଷ୍ଟିକରୁଥିବା ଆଜିର ସ୍ରଷ୍ଟାମାନେ ନିଜ ନିଜ ପିତାମାତାଙ୍କୁ ପୂଜାକରିବା ଶିଖିଲେ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ସମ୍ବାଦ ଯାଜପୁର ସଂସ୍କରଣର ସହ ସମ୍ପାଦକ (ସମ୍ପାଦନା) ଡ. ଚିତ୍ତରଞ୍ଜନ ବେହେରା ଯୋଗଦେଇ ଆଜିର ସାରସ୍ୱତ ସ୍ରଷ୍ଟାମାନେ ସମାଜରେ ଘଟୁଥିବା ବିପରୀତ ମୁଖି କାର୍ଯ୍ୟକଳାପକୁ ଧ୍ୟାନ ଦେଇ ସାହିତ୍ୟ ସୃଷ୍ଟି କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ବାଦ ସାହିତ୍ୟଘର ମାଧ୍ୟମରେ ଗ୍ରାମଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କ ନିକଟରେ ସାହିତ୍ୟ ପହଞ୍ଚି ପାରିବା ସହ ଆଜିର ଯୁବପିଢ଼ୀଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି ହୋଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସମ୍ବାଦ ସାହିତ୍ୟଘର ହାଟଡିହିର ମୁଖପତ୍ର ‘ପ୍ରୟାସୀ’ଲୋକାର୍ପଣ କରାଯାଇଥିଲା । ଏହି ଅବସରରେ ସମ୍ବାଦ ସାହିତ୍ୟଘର ପକ୍ଷରୁ ଡ. ଗଣେଶ୍ୱର ଜେନାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା, ସାହିତ୍ୟକ ବେଣୁଧର ସୁତାରଙ୍କୁ ବରିଷ୍ଠ ସାହିତ୍ୟକ ସମ୍ବର୍ଦ୍ଧନା, ଚାକିରୀରୁ ଅବସର ନେବାର ୧୭ବର୍ଷ ପରେବି ସ୍କୁଲଯାଇ ଛାତ୍ରଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଥିବା ଶିକ୍ଷକ ନଟବର ପଲେଇଙ୍କୁ ସମାଜସେବା ସମ୍ମାନ, ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ୍ଚ ନମ୍ବର ରଖିଥିବା ଜମ୍ଭୀରା ହାଇସ୍କୁଲର ଛାତ୍ର ସାଇ ବଳଭଦ୍ର ପାଢ଼ୀଙ୍କୁ (ମାଟ୍ରିକ ଟପର)ସମ୍ବର୍ଦ୍ଧନା ଓ କବି ଓ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସ୍ୱପ୍ନାଜିତା ଶଙ୍ଖୁଆଙ୍କୁ ‘ଯୁବ ପ୍ରତିଭା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଡ. ସୁରେଶ୍ୱରୀ ସାଗରୀକା ଜେନାଙ୍କୁ ମଧ୍ୟ ଅତିତôମାନେ ସମ୍ବର୍ଦ୍ଧିତ କରିଥିଲେ । ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଉଦଘାଟକ ଭାବେ ବିମ୍ବାଧର ବିଶ୍ୱାଳ, ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସାମିତ୍ରୀ ସେଠୀ, ସମ୍ମାନୀତ ଅତିଥିଭାବେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ହାଟଡିହି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନୁସୁୟା ସେଠୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିବା ସହିତ ଅଭିଭାବକମାନେ ସେମାନଙ୍କ ପିଲା ମାନଙ୍କୁ ଓଡିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆକୃଷ୍ଟ କରାଇବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମ ଅଧିଶେନରେ ହାସ୍ୟମୟୀ ରାଜ ଓ ସୁବାସ ପାତ୍ର ସଂଯୋଜନା କରିଥିଲେ । ଉପଦେ୍ଦଷ୍ଟା ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ କିଶୋର ଆଚାର୍ଯ୍ୟ ଉପସ୍ଥିତ ସାହିତି୍ୟକ ଓ କବି ମାନଙ୍କୁ ସେମାନଙ୍କ ଯୋଗଦାନ, ସାହାଯ୍ୟ ସହଯୋଗ ପାଇଁ ଅଭିନନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏ ଭବ୍ୟ ଉତ୍ସବକୁ ସଫଳ କରାଇବାରେ ଶିକ୍ଷକ ମାନଙ୍କର ଭୁମିକାକୁ ସମସ୍ତେ ଭୁୟସୀ ପ୍ରସଂଶା କରିଥିଲେ । ସହସମ୍ପାଦକ ନାରାୟଣ ସାହୁ, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର କୁମାର ପରିଡା, ପ୍ରତିମା ସ୍ୱାଇଁ ପ୍ରମୁଖ ମାନପତ୍ର ପାଠ କରିଥିଲେ । ଏଥିରେ ପୁର୍ବତନ ବିଇଓ ଶରତ ରାଉତ, ପୁର୍ବତନ ଶିକ୍ଷାଜିଲ୍ଲା ଅଧିକାରୀ ଅର୍ଜୁନ ଚରଣ ବେହେରା, ସାଇଚେତନାର ସମ୍ପାଦକ ଚତୁର୍ଭଜ ପହି, ବିଦୁ୍ୟତପ୍ରଭା ଦେଓ, ପ୍ରତାପ କିଶୋର ରାଉତ, ଦାଶରଥି ସାହୁ, ଶଙ୍ଖାଳୀ ରାଉଳ, ପ୍ରଭାତୀ ମଞ୍ଜରୀ ପଣ୍ଡା, ସୁଦାମ ଚରଣ ଜେନା, ଘନଶ୍ୟାମ ବୋଇତେଇ, ପୁର୍ଣ୍ଣଚନ୍ଦ୍ର ସାହୁ, ନରହରି ରାଉତ, ପୁର୍ଣ୍ଣଚନ୍ଦ୍ର ସାହୁ, ସୋମନାଥ ମାଝୀ, ଧୁମକେତୁ ଦାସ,ଜେତ୍ସ୍ନାରାଣୀ ଦାସ, ତିଳୋତ୍ତମା ସା, ଚନ୍ଦନ କୁମାର ପଣ୍ଡା, ବାବନ ଚରଣ ବେହେରା, ଉମାମଣୀ ପାଢ଼ୀ, ଅଭିମନୁ୍ୟ ବସନ୍ତିଆ, ଅଭୟ କୁମାର ସାମଲ, ପ୍ରମିଳା ନାୟକ, ହେମନ୍ତ କୁମାର ନାୟକ, ରମାକାନ୍ତ ପହି, ନୃଷିହଂ ଚରଣ ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ସୁଭଦ୍ରା ସ୍ୱାଇଁ, ନୟନୀ ଜେନାଙ୍କ ସମେତ ଶତାଧିକ କବି, କବୟତ୍ରୀ ଓ ସାହିତି୍ୟକମାନେ ଯୋଗଦେଇ ଥିଲେ । ବନ୍ତ ସମ୍ବାଦ ସାହିତ୍ୟଘର, ଘସିପୁରା ସମ୍ବାଦ ସାହିତ୍ୟ ଘର ଓ ଆନଦନ୍ଦପୁର ଉପଖଣ୍ଡର ୮ଗୋଟି ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ସମାଜସେବୀ ପ୍ରଶାନ୍ତ କୁମାର ଖଣ୍ଡାୟୀ, ସୁଧାକର ଓଝା, ବିନୟ କୁମାର ନାୟକ, ଧବଳେଶ୍ୱର ପଟ୍ଟନାୟକ, ଦେବେନ୍ଦ୍ର କୁମାର ଜେନା, ନିତ୍ୟାନନ୍ଦ ପହି, ଆଲୋକ ସେଠୀ, ଶିଶିର କୁମାର ବିଶ୍ୱାଳ, ଉଦୟନାଥ କର, ବିଭିଷଣ ରାଉତ, ଚକ୍ରଧର ସାହୁ, ବିକାଶ ବିଶ୍ୱାଳ, ପାର୍ଥ ସୌରଭ ସା ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କୁମାର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ, କନକ ଲତା ସାହୁ, ପଦ୍ମାବତୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ