ବ୍ୟାସ କବିଙ୍କ ଜୟନ୍ତୀରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆସ୍ଥିତ ଫକୀର ମୋହନ ସେନାପତି ମେମୋରିଆଲ ଲାଇବ୍ରେରୀ ଆନୁକୁଲ୍ୟରେ ଚତୁର୍ଥ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ଅନୁସାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଦଘାଟକ ଭାବରେ ଗୋଠଦା ମଠର ମଠାଧିଶ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କବିତା ପାଠୋତ୍ସବରେ ପୁରୀ, କେନ୍ଦ୍ରାପଡା, ନିଆଳି, କାକଟପୁର ତଥା ନାଉଗାଁ ଅଂଚଳର କବିମାନେ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । କବିତା ଆସରରେ ଶିକ୍ଷକ ତ୍ରିଲୋଚନ ପାଢୀ ମଂଚ ପରିଚାଳନା କରିଥିଲେ । ପରେ ଆୟୋଜିତ ସାଧାରଣ ସଭାରେ ପାଠାଗାରର ସଭାପତି ରୁଦ୍ରପ୍ରସନ୍ନ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବରେ ବାବାଜୀ ସତ୍ୟାନନ୍ଦ ଦାସ, ସମ୍ମାନୀତ ଅତିଥି ଭାବରେ ବାଲିକୁଦା ମହାବିଦ୍ୟାଳୟର ଅଧକ୍ଷ ନଳିନୀକାନ୍ତ ମହାପାତ୍ର, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧକ୍ଷ ଡଃ.ଚାଇନା ପ୍ରଧାନ ଏବଂ ନାଉଗାଁ ପଂଚାୟତ ସମିତିର ଅଧକ୍ଷ ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପାଠାଗାର ପକ୍ଷରୁୁ ଅତିଥିମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାଠାଗାରର ସଂପାଦକ ହିମାଂଶୁ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ପାଠାଗାରର କର୍ମକର୍ତା ପ୍ରସନ୍ନଜିତ ସାହୁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କର ମାନପତ୍ର ପଠନ କରିଥିଲେ । ଉକ୍ତ ଉତ୍ସବକୁ ପାଠାଗାରର ମୁଖ୍ୟ ଆବାହକ ତଥା ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ପରିଚାଳନା କରୁଥିବା ବେଳେ ସଂଗଠନ ସଂପାଦକ ଅଜିତ ରାୟ, ବୁଲାକି ସେଠୀ, ବସନ୍ତ କୁମାର ଦାସ, ଅକ୍ଷୟ କୁମାର ରାଉତ, ଉପସଭାପତି ପ୍ରଦୀପ୍ତ ରାୟ, କୋଷାଧକ୍ଷ ସ୍ମୃତିରଂଜନ ପରିଡା, ଜାମୁଗାଁ ପଂଚାୟତର ସରପଂଚ ଲଲାଟେନ୍ଦୁ ପରିଡା, କୈଳାସ ଚନ୍ଦ୍ର ସାହୁ ,ଦିଲ୍ଲିପ ପାଳ , ସହ ସଂପାଦକ ବିଷ୍ଣୁ ସେଠୀ ପ୍ରମୁଖ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ।