ବଢ଼ିବ ଚୀନ୍ ର ଅଡ଼ୁଆ : ଏକଜୁଟ୍ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚୀନର ମନମାନି ଦିନକୁ ଦିନ ବଢ଼ିବାରେ ଲାଗିଛି । ତାର ଏକ ଚାଟିଆ ମୋନବୃତ୍ତିକୁ ପ୍ରତିରୋଧ କରିବା ପାଇଁ ଏକଜୁଟ୍ ହେଲେ ଏକଜୁଟ୍ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ ‘AUKUS’ ରଖାଯାଇଛି । ସେପଟେ ଏହି ତିନି ଦେଶର ସୁରକ୍ଷା ସହଯୋଗ କଥା ଜାଣି ଚିହିଙ୍କି ଉଠିଛି । ୱାଶିଂଟନ୍ରେ ଥିବା ଚୀନ୍ ଦୂତାବାସ କହିଛନ୍ତି, ଏହି ଦେଶଗୁଡିକ ନିଜଳ ଶୀତଳ ଯୁଦ୍ଧର ମାନସିକତା ଏବଂ ଆଦର୍ଶଗତ ପକ୍ଷପାତିତାକୁ ଦୂର କରିବା ଉଚିତ୍ । ଚୀନ୍ ଦୂତାବାସର ପ୍ରବକ୍ତା ଲିୟୁ ପେଙ୍ଗ୍ୟୁ କହିଛନ୍ତି, ଏହି ଦେଶଗୁଡିକ ତୃତୀୟ ପକ୍ଷର ସ୍ୱାର୍ଥକୁ ଲକ୍ଷ୍ୟ କରିକିମ୍ବା କ୍ଷତି ପହଞ୍ଚାଉଥିବା ଭଳି କାମ କରିବା ଉଚିତ୍ ନୁହେଁ । ସୁରକ୍ଷା କ୍ଷେତ୍ରରେ ସହଭାଗିତା କିଛି ହେବନି ବରଂ ଶୀତଳ ଯୁଦ୍ଧ ବୃଦ୍ଧି ପାଇବ ।


