ସୀମା ବିବାଦ ପ୍ରସଙ୍ଗରେ ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ର ର ଦାଦାଗିରି ପରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ବିଜେପି, ଆଜି ଗଜପତି ଜିଲ୍ଲା ବିଜେପି କାର୍ଯ୍ୟଳୟ ରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନର ସୀମା ବିବାଦ କୁ ନେଇ ନୀରବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଏ ବିଷୟ ନେଇ ବିଜେପି ର ଏକ ପ୍ରତନିଧି ଦଳ ଭୃଗୁ ବକ୍ସିପାତ୍ର ଙ୍କ ନେତୃତ୍ଵ ରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ, ତାପରେ ଗଙ୍ଗାବାଡ ର ପୂର୍ବତନ ସରପଂଚ ହରିବନ୍ଧୁ କାର୍ଜୀ ଙ୍କ ସହ ବର୍ତ୍ତମାନ ସ୍ଥିତି ନେଇ ଅଧିକ ଆଲୋଚନା କରିବା ପରେ ସାମ୍ୱାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଥିଲେ, ସୀମାନ୍ତ ଗାଁ ରେ ସବୁବେଳେ ଆନ୍ଧ୍ର ତାର ବଡ଼ଭାଇ ପଣିଆ ଦେଖାଉଛି କିନ୍ତୁ ଓଡ଼ିଶା ସରକାର ତାର ଜବାବ ଦେବା ବଦଳରେ ନୀରବ ରହୁଛି, ଯାହା ଫଳରେ ଆନ୍ଧ୍ରମନ୍ତ୍ରୀ ଓଡ଼ିଶା ସୀମାରେ ପ୍ରଵେଶ କରି ଓଡ଼ିଶା ସରକାର ଙ୍କ ୧୪୪ ଧାରା ଭାଙ୍ଗିବା ସହ ଓଡ଼ିଆ ଅଧିକାରୀ ଙ୍କୁ ଧମକ ଦେଲେ, ଅଥଚ ଦୀର୍ଘ ଦିନ ପରେ ମଧ୍ୟ ଓଡିଶା ସରକାର ପକ୍ଷରୁ ଏନେଇ ଏତଲା ଟିଏ ମଧ୍ୟ ଦେଲେନାହି, ଜିଲ୍ଲା ପ୍ରଶାସନ ଆନ୍ଧ୍ର ସରକାରଙ୍କୁ ଭୟ କରୁଛନ୍ତି କି ? ନା ପୋଲିସ ନା ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ୍ ଭାବେ କହୁନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନ୍ୟ ମାନଙ୍କ ମଧ୍ୟରେ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ, ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ