ଭଞ୍ଜନଗରରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାରମ୍ଭ ତାଲିମ ଶିବିର ଉଦଯାପିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନ୍ତର୍ଗତ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ନିମିତ୍ତ ପ୍ରଥମରୁ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ପଢାଉଥିବା ତଥା ପ୍ରାଥମିକ ଶ୍ରେଣୀ ନିମିତ୍ତ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମିତ୍ତ ପ୍ରାରମ୍ଭ ତାଲିମ ଶିବିର ସାରା ରାଜ୍ୟରେ ଚାଲୁରହିଥିଲା ସେହି କ୍ରମରେ ପ୍ରଥମ ଫେଜ୍ ତାଲିମର ସଫଳ ସମାପ୍ତି ପରେ ରେ ପୁନଶ୍ଚ ଦ୍ବିତୀୟ ପର୍ଯ୍ୟାୟ ତାଲିମ ଭଞ୍ଜନଗର ସ୍ଥିତ ଡି.ବି ଗମେଣ୍ଟ ଗାର୍ଲସ ହାଇସ୍କୁଲରେ ଚାରିଗୋଟି ତାଲିମ ଶିବିର ମାଧ୍ୟମରେ ଚାଲୁରହିଥିଲା ଏହା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି ଏହି ଚାରିଗୋଟି ତାଲିମ ଶିବିରରେ ଦୁଇ ଶହ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଛନ୍ତି ତାଲିମ ଶିବିରରେ ଜାତୀୟ ଶିକ୍ଷାନୀତି ୨୦୨୦,ଏଫ୍.ଏଲ୍.ଏନ୍, ବିଦ୍ୟା ପ୍ରବେଶ, ଗଣିତ କଳିକା ଆନ୍ଦୋଳନ ଭଳି କିଛି ନୂତନ ବିଷୟ ବସ୍ତୁ ସମେତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାରେ C-R-A ପ୍ରଣାଳୀ ଅନୁସରଣ ଭଳି କିଛି ଗୁରୁତ୍ବପୂର୍ଣ୍ଣ ଧାରଣା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ ସହ ପିଲାଙ୍କୁ କିପରି ନାଚ,ଗୀତ,ଚିତ୍ରାଙ୍କନ ଓ ନାନା ସହ ଶୈକ୍ଷିକ କାର୍ଯ୍ୟାବଳୀ ମାଧ୍ୟମରେ ବିଦ୍ୟାଳୟକୁ ଆକୃଷ୍ଟ କରାଯିବ ଏବଂ ଶିକ୍ଷାଦାନ କରାଯିବ ସେ ସମ୍ବନ୍ଧରେ ଏହି ତାଲିମରେ ଧାରଣା ପ୍ରଦାନ କରାଯାଇଛି ଏହି ତାଲିମରେ ତାଲିମଦାତା ରୂପେ ନିୟୋଜିତ ଥିଲେ ଡି.ଆର୍.ଜି ଶଙ୍କର୍ଷଣ ତ୍ରୀପାଠୀ,ଉମାକାନ୍ତ ମିଶ୍ର, ରାମ ପ୍ରସାଦ ମିଶ୍ର,ବଳରାମ ଦାଶ,ନେତାଜୀ ବିଷୋୟୀ,ପ୍ରଦୀପ କୁମାର ଶାସମଲ, ସି.ଆର୍.ସି.ସି ତ୍ରିନାଥ ବେହେରା, ମୋହନ ସାହୁ,ବିଭୁପ୍ରସାଦ ମହାପାତ୍ର,ରାଘବ ନାୟକ, ସନ୍ତୋଷ କୁମାର ସାହୁ,ମନୋଜ କୁମାର ଗୌଡ ,ଦେବୀ ପ୍ରସାଦ ଦାସ,ସୁରେନ୍ଦ୍ର ପ୍ରଧାନ,ଭଗବାନ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମରେ ସିନିୟର ବି.ଇ.ଓ ଏସ୍ ଧନଞ୍ଜୟ, ଏବି.ଇ.ଓ ସୂର୍ଯ୍ୟ ନାୟକ, ନେତାଜୀ ବିଷୋୟୀ,ଜୋତ୍ସା ଦେବୀ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ବକ୍ତବ୍ୟ ରଖିଥିବା ବେଳେ ତାଲିମ ଶିବିରକୁ ପରିଚାଳନା କରିଥିଲେ ବି.ଆର୍.ଟି ଅନିଲ ମୁଦୁଲି, ଚିନ୍ମୟ ଦାସ, ସନ୍ତୋଷ ଶାସମଲ,ସୁଧିର ପାଣିଗ୍ରାହୀ ପ୍ରମୁଖ ସପୋର୍ଟିଂ ଷ୍ଚାଫ ଶେଷରେ ସମସ୍ତ ତାଲିମ ଗ୍ରହଣକାରୀଙ୍କୁ ତାଲିମ ସମାପ୍ତ କରିଥିବା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା


