ଭଞ୍ଜନଗରରେ ବିଜୁ ଜନତାଦଳର ବିଶାଳ ବାଇକ୍ ଶୋଭାଯାତ୍ରା ଓ ମିଶ୍ରଣ ପର୍ବ
ଭଞ୍ଜନଗର, (ସନ୍ତୋଷ ଜେନା):ଭଞ୍ଜନଗର ବିଜୁଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜେଡିର ବିଧାୟକ ପ୍ରାଥି ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାଥି ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ସମର୍ଥନରେ ହଜାର ହଜାର ବିଜେଡି କର୍ମୀମାନଙ୍କୁ ନେଇ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶୋଭାଯାତ୍ରାରେ ବିଜେଡି ସମର୍ଥିତ ହଜାର ହଜାର କର୍ମୀ ନିଜ ନିଜ ବାଇକ୍ ରେ ଶଙ୍ଖ ଚିହ୍ନ ଥିବା ବିଜୁଦଳ ପତାକା ଲଗାଇ ଓଡ଼ିଶା ସରକାର ନବିନ ପଟ୍ଟନାୟକ, ବିଧାନ ସଭା ପ୍ରାଥି ବିକ୍ରମ କେଶରୀ ଆରୁଖ ଓ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଜୟ୍ ଗାନ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ। ହଜାର ହଜାର ବିଜୁଜନତା ଦଳ ସମର୍ଥିତ କର୍ମୀ ମାନଙ୍କ ବାଇକ୍ ଶୋଭାଯାତ୍ରା ମଧ୍ୟରେ ଏକ ସୁସଜ୍ଜିତ ଖୋଲା ଜିପରେ ସ୍ଥାନୀୟ ବିଧାୟକ ବାକ୍ରମ କେଶରି ଓ କନ୍ଧମାଳ ସାଂସଦ ପାର୍ଥିବ ଡ଼ଃ ଅଚ୍ୟୁତ ସାମନ୍ତ ଦଣ୍ଡାୟମାନ ହୋଇ ଜୋଡ ହସ୍ତରେ ସହର ପରିକ୍ରମା କରିଥିଲେ। ଏବଂ ଅନେକ ସ୍ଥାନରେ ସହରର ଜନସାଧାରଣ ତାଙ୍କୁ ସ୍ଵାଗତ ସମ୍ନାନ ପୁର୍ଵକ ଫୁଲମାଳ ଓ ଉତ୍ତରିୟ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା। ଉକ୍ତ ବିଶାଳ ବାଇକ୍ ଶୋଭାଯାତ୍ରା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପାଖରେ ଥିବା ବିଡେକା ଭବନ ଠାରୁ ବାହାରି ଭେଜିପୁଟ୍, ଷ୍ଟେଟବ୍ୟାଙ୍କ ଛକ, ଖାଲାସିସାହି, ମେଇନ ରୋଡ଼ , ବ୍ଳକ୍ ଛକ, ବାଗଦେବି ରୋଡ଼ ହୋଇ ଜାମପଲ୍ଲି ତୋଟା ପଡ଼ିଆ ଠାରେ ପହଞ୍ଚିଥିଲା। ପରେ ସେଠାରେ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେପି ର ଶତାଧିକ କର୍ମୀ ବିଜେଡି ରେ ଯୋଗଦେଇଥିଲେ | ଏହା ସହିତ ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଜୁଜନତା ଦଳର ବିଧାୟକ ପାର୍ଥି, କନ୍ଧମାଳ ସାଂସଦ ପାର୍ଥି ସହିତ ଭଞ୍ଜନଗର ବିଜେଡି ଦଳର ପର୍ଯ୍ୟବେକ୍ଷକ ଶ୍ରୀ ସୁବାସ ମହାରଣା, କନ୍ଧମାଳ ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଦିବାକର ନାୟକ, ସମାଜ ସେବୀ ଶୁଳପାଣି ସତପଥି ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଅନେକ କର୍ମୀ ଯୋଗଦାନ କରିଥିଲେ।


