ଭଞ୍ଜନଗର ଆଞ୍ଚଳିକ ପରିବହନ ପକ୍ଷରୁ ବନମହୋତ୍ସବ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା )ପରିବେଶର ପ୍ରାକୃତିକ ସମ୍ବଳ ଭିତରେ ବୃକ୍ଷ ହିଁ ପ୍ରକୃତିର ରକ୍ଷାକବଚ l ଆଜି ସ୍ଥାନୀୟ ଆଞ୍ଚଳିକ ପରିବହନ କେନ୍ଦ୍ର, ଭଞ୍ଜନଗର ତରଫରୁ ନୂତନ ଆଞ୍ଚଳିକ ପରିବହନ କେନ୍ଦ୍ର ପରିସର ଭିତରେ ସାମାଜିକ ଦୂରତ୍ୱ ନିୟମ ମାନି 71 ତମ ବନମହୋତ୍ସବ ପାଳନ କରାଯାଇଥିଲା l ଆୟୋଜିତ 71 ତମ ବନମହୋତ୍ସବ ପାଳନ ଅବସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ, ଭଞ୍ଜନଗର ରାସ୍ତା ଓ କୋଠାବାଡ଼ି ନିର୍ମାଣ ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସଭାପତିତ୍ବ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ସହ ସଂରକ୍ଷକ ଏମ ମୋତିଲାଲ, ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, ଅବସରପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ କରୋନା ଠାରୁ ରକ୍ଷା ପାଇବା ସାଥେ ସାଥେ ପରିବେଶ ସୁରକ୍ଷା ଆଜୀରଦିକ୍ଷା ବାବଦରେ ଅତିଥି ମାନେ ନିଜ ନିଜର ର ମତରଖି ବକ୍ତବ୍ୟ ପ୍ରଦାନ କରିଥିଲେ l ଆଜି ଏହି ଶୁଭ ଅବସରରେ ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ଙ୍କ ଦ୍ୱାରା ଲିଖିତ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ ଙ୍କ ଦ୍ୱାରା ଗାନ କରାଯାଇଥିବା “ବୃକ୍ଷ ହିଁ ଜୀବନ ” ସଂଗୀତ ର ଉନ୍ମୋଚନ କରାଯାଇଥିଲା l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା 71ତମ ବନମହୋତ୍ସବ ଉପଲକ୍ଷେ 71ଟି ଚାରା ରୋପଣ କରାଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମ କୁ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ l କରୋନା ସମୟରେ ଗରିବ ଲୋକଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ହେଲପିଙ୍ଗ ହ୍ୟାଣ୍ଡ ଦୁଇ ଜଣ ସଦସ୍ୟ ପ୍ରଶାନ୍ତ କୁମାର ବିଷୋୟୀ, ଏବଂ ଭବାନୀ ଶଙ୍କର ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରବର୍ତ୍ତୀ ସମୟରେ ନିର୍ମାଣଧୀନ କୋଠା ର ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା l ସମାଜସେବୀ ଶୂଳପାଣି ଶତପଥୀ ଙ୍କ ଦ୍ୱାରା କିଛି ଗରିବ ପରିବାର କୁ ମାସ୍କ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଚଳିତ ବନମହୋତ୍ସବ ସପ୍ତାହ ରେ ନିର୍ମାଣଧୀନ କୋଠା ଚାରିପଟେ 270 ଟି ଚାରା ରୋପଣ କରାଯିବବୋଲି ଜଣାପଡିଛି l ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସୁନୀଲ କୁମାର ପାଣି, ଆଶୁତୋଷ ପଣ୍ଡା, ନିରଞ୍ଜନ ଗଉଡ, ଅସିତ କୁମାର ପଣ୍ଡା, ରାମ ଚନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ l ସାମ୍ପ୍ରତିକ କରୋନା ପରିସ୍ଥିତି ରେ ସାମାଜିକ ଦୂରତା ନିୟମ ପ୍ରକାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସମସ୍ତ ଅତିଥିମାନେ କରୋନା ସଚେତନତା କୁ ଗୁରୁତ୍ୱ ଦେବାକୁ କହିଥିଲେ l ଶେଷରେ ପ୍ରାଧ୍ୟାପିକ ବି. ଗୋବିନ୍ଦ ରାଓ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ