ଭଲ ଫସଲ ପାଇଁ ହୁଏ କୁକୁଡ଼ା-ଗଞ୍ଜା ବାହାଘର

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ । ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ ସାମିଲ୍ ହୋଇଥାନ୍ତି । ଏପରି କଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ସ୍ଥାନୀୟ ଜନଜାତି ଲୋକେ ବିଶ୍ୱାସ କରିଥାନ୍ତି । ଏହି ଉତ୍ସବରେ ଗଞ୍ଜା ଓ କୁକୁଡ଼ାର ବାହାଘର ଧୁମଧାମ୍ରେ ହୋଇଥାଏ । ଏଥିପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ଗାଁରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଏ । ହିନ୍ଦୁ ପରିବାରରେ ହେଉଥିବା ସାଧାରଣ ବିବାହ ଭଳି ଏହି ବାହାଘର ହୁଏ । ବିବାହର ସମସ୍ତ ରୀତିନୀତି ଅନୁଯାୟୀ ଶେଷରେ କୁକୁଡ଼ା-ଗଞ୍ଜା ସାତଫେରା ମଧ୍ୟ ନିଅନ୍ତି । ଏହି ବିବାହ ଉତ୍ସବରେ ନାଚ, ଗୀତର ଆୟୋଜନ କରାଯାଇଥାଏ । ଗଞ୍ଜା ପକ୍ଷରୁ ଆସିଥିବା ବରଯାତ୍ରୀଙ୍କ ସହିତ ସଭିଏଁ ମିଶି ମହୁଲି ପିଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ