ଭାଗବତ କଥାମୃତ ଆଲୋଚନା
ଯାଜପୁର,(ଯୁଗାବ୍ଦ ନୁୂ୍ୟଜ୍): ବୁଧବାର ଯାଜପୁର ଦଶାଶ୍ୱମେଧ ଘାଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗୀତାଜାଗରଣ ପରିଷଦ ଆନୁକୁଲ୍ୟରେ ଚଳିତବର୍ଷ ସପ୍ତଦିବସୀୟ ଭାଗବତ କଥାମୃତ ଆଲୋଚନା ଉତ୍ସବ ସଭାପତି ଆଡ଼ଭୋକେଟ ପ୍ରତିମା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସନ୍ଧ୍ୟାରେ ଆକାଶ ଦୀପ ପ୍ରଜ୍ୱଳନ କରାଯିବା ସହିତ ବୈତରଣୀ ନଦୀ ବନ୍ଦାପନ କାର୍ଯ୍ୟ କରାଯାଇଥିଲା । ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦ ସରସ୍ୱତୀ ସଭାକୁ ଉଦ୍ଘାଟନ କରିଥିଲେ । ସମସ୍ତ ଅତିଥି ରାଧାକୃଷ୍ଣଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପଣ୍ଡିତ ଭୂପତି ଭୂଷଣ ମିଶ୍ର ସ୍ତୋତ୍ର ପାଠ କରିଥିଲେ । ସଭାପତି ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ବିବରଣୀ ପାଠ କରିଥିଲେ । ତନ୍ମୟାକା ମହାପାତ୍ରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶଣ କରାଯାଇଥିଲା । ସମ୍ମାନୀତ ଅତିଥି କୂଳମଣୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଭାଗବତ ପାଠ କରିବା ବା ଶୁଣିବା ଦ୍ୱାରା ମହାପାପରୁ ମୁକ୍ତି ମିଳିଥାଏ । ବିଶିଷ୍ଠ ସମାଜ ସେବୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଆ ମାନଙ୍କର ସୁରକ୍ଷା କଥା ସହିତ କିଭଳି ଭାବେ ମାଆ ମାନେ ଭଲରେ ଭଲରେ ଏସାତଦିନ ହବିଷ୍ୟ ସାରି ଘରକୁ ଫେରିବେ । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରଶାସକ ନୃସିଂହ ଚରଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ଗୀତାଜାଗରଣ ପରିଷଦର ଭବିଷ୍ୟତ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ସମସ୍ତ କାର୍ଯ୍ୟ ଶୃଙ୍ଖଳାରସହ ହେବାକୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଶିଷ୍ଠ ପ୍ରବଚକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ତାଙ୍କ ବକ୍ତବ୍ୟରେ ଭାଗବତ ଏକ ମହାନ ଗ୍ରନ୍ଥ ବୋଲି କହିବା ସହ ଭାଗବତର ତତ୍ୱ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ବିଶିଷ୍ଠ ସଂସ୍କୃତ ବିଦ୍ୱାନ ପଣ୍ଡିତ କଷ୍ଣ ଚନ୍ଦ୍ର ମିଶ୍ର “କୃଷ୍ଣସ୍ତୁ ଭଗବାନ ସ୍ୱୟମ” ଉପରେ ଆଲୋଚନା କରିଥିଲେ । ପୂବାହ୍ନରେ ଗୀତା ଜ୍ଞାନ ବିକାଶ ପରୀକ୍ଷା ଓ ଗୀତା ଆବୃତି ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ବିଚାରକ ଭାବେ ପଣ୍ଡିତ ବସନ୍ତ କୁମାର ପତି ଓ ରମାକାନ୍ତ ବରାଳ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକୁ ପରିଷଦର ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବନବିହାରୀ ମହାପାତ୍ର, ବିଶ୍ୱମ୍ଭର ମିଶ୍ର, ଗଦାଧର ରାଉତ, ଧ୍ରୁବ ଚରଣ ଦାଶ, ହୃଶିକେଷ ପତି, ଆଶାଳତା ନନ୍ଦ, ଅନସୂୟା ମିଶ୍ର, ଜନାର୍ଦ୍ଧନ ମହାନ୍ତି, ଅକ୍ଷୟ ମିଶ୍ର, ଅକ୍ଷୟ ଶତପଥି, ହୃଶିକେଷ ପତି, କାହ୍ନୁଚରଣ ମିଶ୍ର, ପ୍ରମୋଦ କୁମାର ଦାସ, ସତ୍ୟରଞ୍ଜନ ମହାପାତ୍ର, ସୁବାସ ମହାପାତ୍ର, ବ୍ରଜକିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହସମ୍ପାଦକ ବୃନ୍ଦାବନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


