ଭାଗବତ ପାରାୟଣ ସପ୍ତାହ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୋପିନୀ ସାହି ଠାରେ ଥିବା ଗୌରହରି ପାଠାଗାରରେ ଭକ୍ତିମୟ ପରିବେଶରେ ଭାଗବତ ପାରାୟଣ ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଉକ୍ତ ର୍କ୍ୟାକ୍ରମରେ କଟକରୁ ଆସିଥିବା ବାବା ବଳିଳାଙ୍କ ଶିଷ୍ୟ ଆଶୀର୍ବାଦ ମହାରାଜଙ୍କ ଦୈନନ୍ଦିନ କଥାମୃତ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତରେ ଅନୁଷ୍ଠିତ ହେଉଥିଲା । ଉକ୍ତ କାର୍ଯ୍ୟକ୍ରମ ଶେଷ ଦିବସରେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ, ନନ୍ଦ ଉତ୍ସବ ଆଦି ସହ ଗିରିଗୋବର୍ଦ୍ଧନ ପୂଜା କାର୍ଯ୍ୟ ବେଶଭୁଷା ସହ ପାଳନ କରାଯାଇଥିଲା । ସପ୍ତାହ ବ୍ୟାାପୀ ଉକ୍ତ କାର୍ଯ୍ୟକ୍ରମରେ ରିତିନିତି ମାଧ୍ୟମରେ ୫୬ଭୋଗ ଲଗାଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରାଥିଲା । ଏହାସହ ୧୦୮ ବିବାହିତ ମହିଳାଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହିକାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶହ ଶହ ଭକ୍ତ ବା ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଥିଲା । ମାତା ଅନୁସୂୟା ଦେବୀ, ଗୁରୁମାତା ତୁଳସୀ ମା, ମାତା ବୈଦେଇ ମା ଓ ମାତା ହରିପ୍ରିୟାଙ୍କ ସହିତ ଓ ସତ୍ୟଭାଇ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କାର୍ଯ୍ୟକ୍ରକୁ ପରିଚାଳନା କରିଥିବ ।ବେଳେ ମହାରଜଙ୍କ ପ୍ରବଚନ ସମୟରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ରାହସ ପଣ୍ଡା, ହାରିମିନିୟମରେ ରବି ସୁଆର, ଅର୍ଗାନରେ ବାପୁ ନାୟକ ପ୍ରମୁଖ । ଉକ୍ତ କାର୍ଯ୍ୟକ୍ରମ ସୀତାରାମ ମିଶ୍ରଙ୍କ ସ୍ୱର୍ଗୀୟ ଧର୍ମପତ୍ନୀ ସରସ୍ୱତୀଦେବୀଙ୍କ ପୁଣ୍ୟ ସ୍ମୃତି ଅବସରରେ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀନାରାୟଣ ମିଶ୍ର, ସ୍ୱପ୍ନା ମିଶ୍ର, ସୁରେଶ ଚନ୍ଦ୍ର ଘଣ୍ଟ, ସସ୍ମିତା ଘଣ୍ଟ, ରଶ୍ମିରଂଜନ ମିଶ୍ର, ବ୍ରହ୍ମନାରାୟଣ ରଥ, ସୁମିତା ରଥ, କେଦାର ନାଥ ମହାପାତ୍ର, ପ୍ରମୋଦ କୁମାର ସ୍ୱାଇଁ, ଅରୁଣ ମହାରଣା, ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଲୋକ ଓ ମଞ୍ଚ ସାଜସଜାରେ ରଶ୍ମି ଲାଇଟ ଆଣ୍ଡ ସାଉଣ୍ଡର ଗଙ୍ଗାଧର ମହାପାତ୍ରଙ୍କ ସମେତ ତାଙ୍କ ଦଳୀୟ ଟିମ୍ ପ୍ରମୁଖ ଉପସ୍ଥିତ ରହି ଆଲୋକିତ ପରିବେଶଟିକୁ ଆଲୋକ ମୟ କରିବାରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


