ବନ୍ଧୁକ ସହ ଶିକାରୀ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମହେନ୍ଦ୍ର ବନାଞ୍ଚଳରେ ଅବାଧ ଶିକାର କରୁଥିବା ଜଣେ ଶିକାରୀଙ୍କୁ ଗିରଫ ଏବଂ ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଲିଆପୁଟି ଥାନା କର୍ଜଡା ଅନ୍ତର୍ଗତ ବାରଣୀକୋଟା କଲୋନୀର ଶାବାରା ଲାବାନା ନାମକ ଜଣେ ବ୍ୟକ୍ତି ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଲାବଣ୍ୟକୋଟା ସଂରକ୍ଷିତ ଜଙ୍ଗଲରେ ବୁଲି ବୁଲି ଜୀବଜନ୍ତୁଙ୍କୁ ଗୁଳି କରି ଶିକାର କରୁଥିବା ଖବର ପାଇଥିଲେ । ଏହାପରେ ନାରାୟଣପୁର ସ୍ଥିତ ବନବିଭାଗ ପକ୍ଷରୁ ତନାଘନା ଜାରି ରହିଥିଲା । ଗିରଫ ବ୍ୟକ୍ତି ଜଣକ ଲାବାଣ୍ୟକୋଟା ଜଙ୍ଗରେ ଶିକାର କରିବା ପାଇଁ ଯାଇଥିବା ବେଳେ ସେଠାରୁ ତାଙ୍କୁ କାବୁ କରି ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନିକଟରୁ ବଣ୍ୟଜନ୍ତୁଙ୍କୁ ଶିକାର କରିବା ନିମନ୍ତେ ଗୋଟିଏ ଦେଶୀ ବନ୍ଧୁକ ସମେତ ଶିକାର ପାଇଁ ବ୍ୟବହୃତ ସଂରଞ୍ଜାମ ଆଦି ମିଳିଥିଲା । ବନ୍ଧୁକ ଓ ଶିକାର ସଂରାଞ୍ଜାମକୁ ଜବତ କରିବା ସହ ଲାବାନାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବାର ନାରାୟଣପୁର ରେଞ୍ଜର କୋବିନ ପରିଚ୍ଛା ସୂଚନା ଦେଇଛନ୍ତି । ଏହି ଚଢାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ ଏମ୍‌.କାମେଶ୍ୱର ରାଓ, ଡି.ପାଶୁପୁରେଡ୍ଡୀ, ଏଲିଫେଣ୍ଟ ସ୍କ୍ୱାର୍ଡର ଧର୍ମପାଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ