ଭାଜପା ଦଳୀୟ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ନଗର କମିଟି ସ୍ତରୀୟ ଭାଜପା ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ରବିବାର ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ନଗର କମିଟି ସଭାପତି ଭବାନୀ ଶଙ୍କର ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଭାଜପା ଜିଲା କାର୍ଯ୍ୟକର୍ତ୍ତା ମହନ୍ତ ଚିନ୍ମୟା ନନ୍ଦ ଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ।ଭାଜପା ପ୍ରାକ୍ତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ କୁମାର ପାଢ଼ୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ବବିତା ପାତ୍ର, ପ୍ରାକ୍ତନ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା, ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ ବୈଠକରେ ଉପସ୍ଥିତ ରହି ଭାଜପାର ସାଙ୍ଗଠନିକ ଅଭିବୃଦ୍ଧି କିପରି କରାଯିବ ସେନେଇ ଉପସ୍ଥିତ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନଙ୍କ ପରାମର୍ଶ ଲୋଡ଼ିଥିଲେ। ଦିଗପହଣ୍ଡି ସହରରେ ଭାଜପା ପକ୍ଷରୁ ଖୁବ୍ ଶୀଘ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ଭାବେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଦିଗପହଣ୍ଡି ଏନ୍ ଏ ସି ର ପ୍ରତି ୱାର୍ଡ ରେ କମିଟି ଗଠନ କରାଯିବା ସହ ସାମୁହିକ ସମସ୍ୟା ନେଇ ଜନ ଆନ୍ଦୋଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଶ୍ରୀହର୍ଷ ପଣ୍ଡା, ଭୁବନେଶ୍ୱର ପଣ୍ଡା, ଟୁନା ଚୌଧୁରୀ, ବିଶ୍ଵନାଥ ପଣ୍ଡା, ଅର୍ବ୍ଦ ସେଠୀ,ପ୍ରକାଶ ମଳିକ ପ୍ରମୁଖ ବହୁ ସଂଖ୍ୟକ ସ୍ଥାନୀୟ ଦଳୀୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।


