ଭାରତୀୟ ଅର୍ଥନୀତି ସ୍ବାଭାବିକ ହେଉଛି: ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଅର୍ଥନୀତି ସ୍ବାଭାବିକ ଆଡ଼କୁ ଗତିକରୁଛି। ଏନେଇ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି। ସେ କହିଛନ୍ତି ଯେ, ଆମର ଆର୍ଥନୈତିକ ଧାରାକୁ ନିରାପଦ ରଖିବାକୁ ଏବଂ ସାମ୍ପ୍ରତିକ ସଙ୍କଟ କ୍ଷଣରେ ଅର୍ଥନୀତିକୁ ସହାୟକ ହେବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି। ଆଜି ୭ମ ‘ଏସ୍‌ବିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍‌କ୍ଲେଭ୍’ରେ ଉଦ୍‌‌ବୋଧନ ଦେଇ ସେ କହିଲେ, ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍‌ସାଇଟ୍ ସର୍ଭିଲେନ୍‌ସ୍ ମେକାନିଜମ୍’ ସୁଦୃଢ଼ କରିଛି। ରୋପୋ ରେଟ୍ କଟିବା ପ୍ରସଙ୍ଗରେ ସେ କହିଲେ, ଫେବ୍ରୁଆରି ୨୦୧୯ରୁ ଆଗକୁ କୋଭିଡ୍‌-୧୯ ଆରମ୍ଭ ହେବା ପର୍ଯ୍ୟନ୍ତ ବର୍ଦ୍ଧିତ ଆଧାରରେ ଆମେ ରେପୋ ରେଟ୍ ୧୩୫ ବେସିସ୍ ପଏଣ୍ଟ୍‌ କାଟିଛୁ। ମାନ୍ଦା ଅଭିବୃଦ୍ଧି ସହ ମୁକାବିଲା କରିବାକୁ ଏହି ପଦକ୍ଷେପ ନିଆଯାଇଛି। ସେ ଆହୁରି ଗୁରୁତ୍ବାରୋପ କରି କହିଲେ ଯେ, ର୍ଥନୈତିକ ଧାରାକୁ ଦୁର୍ଗତିରୁ ଉଦ୍ଧାର କରିବାକୁ ବଫର୍ସ ନିର୍ମାଣ ଓ ପାଣ୍ଠି ବୃଦ୍ଧି ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କ୍ରେଡିଟ୍ ଫ୍ଲୋ ସୁନିଶ୍ଚିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ