କଣ୍ଟେନମେଣ୍ଟ ନିୟମକୁ ମନୁନାନ୍ତି ଲୋକେ, ବାଡ଼ ଭାଙ୍ଗି କରୁଛନ୍ତି ଯିବା ଆସିବା
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଜିଲ୍ଲାରେ ହୁ ହୁ ହେଇ ବଢ଼ି ଚାଲିଛି ପଜିଟିଭ ସଂଖ୍ୟା ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା କରିବା ସହ ସଟ୍ ଡାଉନ୍ ଷୋଷଣା କରିଛନ୍ତି । ଗାଁ ଗହଳି ଲୋକେ ମାନୁଥିବା ବେଳେ ଏଇ ନିୟମ କିନ୍ତୁ ସହର ବଜାର ଲୁକେ, ସରକାରୀ କର୍ମଚାରୀ ମାନୁ ନାହାନ୍ତି ନିୟମ । ସ୍ଥାନୀୟ ପଞ୍ଚାୟତ ପିଣ୍ଡିକିକୁ ଗତ କିଛି ଦିନ ତଳେ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଥିଲା, ସେଠି ଭି ଏଭଳି ଦୃଶ୍ୟ ଦେଖିବାକୁ ମେଳିଥିଲା ଏବଂ ମୋହନା ବ୍ଲକର ଢେପସାହିକୁ କାଲି ଜିଲ୍ଲାପାଳଙ୍କ ନେର୍ଦେଷରେ ବିଡ଼ିଓ, ତସିଲିଦାର ଉପସ୍ଥିତିରେ କାଠବାଡ଼ ଦେଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଥିଲା, କିନ୍ତୁ ସାହିର କିଛି ଲୁକେ ଓ ସରକାରୀ କର୍ମଚାରୀମାନେ ବାଡ଼ ଭାଙ୍ଗି କୁକୁର ମାଙ୍କଡ଼ ଭଳି କୁଦି ଏପଟକୁ ଆସୁଛନ୍ତି ଯାଫଳ ରେ ସାଧାରଣ ଲୋକେ ଭୟବିତ ହଉଛନ୍ତି । ପ୍ରଶାସନ ଏଥି ପ୍ରତି ନଜର ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଇଛି ।


